କନକ ବ୍ୟୁରୋ : ବିଜେପି ନେତା ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ ଘନେଇବାରେ ଲାଗିଛି । ଏବେ ତାଙ୍କ ଭାଇ ରିଙ୍କୁ ଢାକା ସାଂଘାତିକ ଅଭିଯୋଗ କରିଛନ୍ତି । ସୋନାଲିଙ୍କ ମୃତ୍ୟୁ ପାଇଁ ତାଙ୍କ ସହଯୋଗୀଙ୍କୁ ଦାୟୀ କରିଛନ୍ତି ତାଙ୍କ ଭାଇ । ସୋନାଲିଙ୍କ ଭାଇ ରିଙ୍କୁ ବଡ଼ ଅଭିଯୋଗ ଆଣି କହିଛନ୍ତି ଯେ, ସୋନାଲିଙ୍କ ଖାଦ୍ୟରେ ବିଷ ମିଶାଇ ଦିଆଯାଇଥିଲା, ଯାହା ପରେ ସେ ଅସ୍ଥିର ଅନୁଭବ କରୁଥିବା କହିଥିଲେ । ଏଥିରେ ସୋନାଲିଙ୍କ ଦୁଇ ଜଣ ସହଯୋଗୀଙ୍କ ସମ୍ପୃକ୍ତି ଥିବା ରିଙ୍କୁ କହିଛନ୍ତି । ଏନେଇ ସେ ଗୋଆ ପୋଲିସ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି ।
ସୋନାଲିଙ୍କ ମୃତ୍ୟୁ ରହସ୍ୟ
- ଘନୋଉଛି ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ
- ଭାଇ ରିଙ୍କୁ ଆଣିଲେ ସାଂଘାତିକ ଅଭିଯୋଗ
- ଗୋଆରେ ସୋନାଲିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ
- ସୋନାଲିଙ୍କ ଦୁଇ ସହଯୋଗୀଙ୍କ ସମ୍ପୃକ୍ତି ଅଭିଯୋଗ
- ବିଷ ଦେଇ ସୋନାଲିଙ୍କୁ ହତ୍ୟା କରାଯାଇଥିବା କହିଲେ ଭାଇ
- ଗୋଆର ଅଂଜୁନା ପୋଲିସ ନିକଟରେ ଭାଇଙ୍କ ଲିଖିତ ଅଭିଯୋଗ
- ମୃତ୍ୟୁ ପୂର୍ବରୁ ପରିବାର ସହ କଥା ହୋଇଥିଲେ
- ସହଯୋଗୀଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ
- ହରିୟାଣା ଫାର୍ମ ହାଉସରୁ ନିଖୋଜ ହୋଇଛି ସୋନାଲିଙ୍କ ସାମଗ୍ରୀ
- ଲ୍ୟାପଟପ, କ୍ୟାମେରା ଓ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ନିଖୋଜ
ସୋନାଲି ଫୋଗଟ, ଜଣେ ଉପସ୍ଥାପିକା, ଅଭିନେତ୍ରୀ ଓ ନେତ୍ରୀ । ରାଜନୀତିରେ କ୍ୟାରିଅର ଆରମ୍ଭ କରିବା ପୂର୍ବରୁ ଉପସ୍ଥାପିକା ଭାବେ କାର୍ଯ୍ୟ କରୁଥିଲେ ସୋନାଲି । ହରିୟାଣା ହିସାରରେ ଦୂରଦର୍ଶନ ପାଇଁ ଉପସ୍ଥାପିକା ଭାବେ କାର୍ଯ୍ୟ କରୁଥିଲେ ସୋନାଲି । ଏହାସହ ଅଭିନୟ ବି କରୁଥିଲେ । ଟିକ୍ଟକ୍ର ସର୍ଟ ଭିଡିଓ ସୋନାଲି ଫୋଗଟଙ୍କୁ ଆଣିଦେଇଥିଲା ପ୍ରସିଦ୍ଧି । ହରିୟାଣାରେ ବିଜେପିର ଷ୍ଟାର ଥିଲେ ସୋନାଲି ଫୋଗଟ । ୨୦୧୯ରେ ହରିୟାଣାର ଆଦମପୁର ବିଧାନସଭା ଆସନରୁ ନିର୍ବାଚନ ଲଢିଥିଲେ । କିନ୍ତୁ କଂଗ୍ରେସ ପ୍ରାର୍ଥୀ କୂଳଦୀପ ବିଷ୍ଣୋଇଙ୍କ ଠାରୁ ପରାସ୍ତ ହୋଇଥିଲେ । ଜଣେ କଂଟେଂଟ କ୍ରିଏଟର ଠାରୁ ନେଇ ଜଣେ ବିବାଦୀୟ ନେତ୍ରୀ ଭାବରେ ସେ ବେଶ ପରିଚିତ ଥିଲେ ।
ଟିକଟକ୍ ଷ୍ଟାରରୁ ବିଜେପି ନେତା
- ଟିକଟକ୍ ଆଣିଦେଇଥିଲା ପ୍ରସିଦ୍ଧି
- ଟିକଟକ୍ ଭିଡିଓକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ
- ହରିୟାଣାରେ ବିଜେପିର ୱାଇଲ୍ଡ କାର୍ଡ ଥିଲେ ସୋନାଲି ଫୋଗଟ
- ୨୦୦୮ରୁ ବିଜେପିରେ ସାମିଲ ହୋଇଥିଲେ
- ଟିକଟକରୁ ପ୍ରସିଦ୍ଧି ମିଳିବା ପରେ ୨୦୧୯ରେ ନିର୍ବାଚନ ଲଢିଥିଲେ
- ହରିୟାଣା, ଆଦମପୁର ବିଧାନସଭା ଆସନରୁ ଲଢି ନିର୍ବାଚନ ହାରିଥିଲେ
- କଂଗ୍ରେସ ପ୍ରାର୍ଥୀ କୂଳଦୀପ ବିଷ୍ଣୋଇଙ୍କ ଠାରୁ ପରାଜିତ ହୋଇଥିଲେ
- ଉପସ୍ଥାପିକା ଓ ଅଭିନେତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି
- ସୋନାଲି ବିଗ୍ ବସ୍ -୧୪ରେ ମଧ୍ୟ ଭାଗ ନେଇଥିଲେ
- ହିସାର ମାର୍କେଟ କମିଟିର କର୍ମକର୍ତ୍ତାକୁ ମାଡ ମାରି ଚର୍ଚ୍ଚାକୁ ଆସିଥିଲେ