ହରିୟାଣା ଆଦମପୁର୍ ବିଧାନସଭାର ବିଜେପି ଟିକଟକ୍ ଷ୍ଟାର୍ ସୋନାଲୀ ଫୋଗାଟଙ୍କ ପରାଜୟ ପରେ ତାଙ୍କର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ ସୋନାଲୀ ଜୋର ଜୋରରେ କାନ୍ଦୁଥିବା ନଜର ଆସୁଛନ୍ତି । ଆପଣଙ୍କୁ କହିରଖୁଛୁ ଟିକଟକରେ ସୋନାଲୀଙ୍କ ଏହା ପୁରୁଣା ଭିଡିିଓ ହୋଇଥିବା ବେଳେ ତାଙ୍କ ପରାଜୟ ପରେ ସୋସିଆଲ୍ ମିଡିଆ ୟୁଜର୍ସ ଏହି ଭିଡିଓଟିକୁ ଅଧିକ ମାତ୍ରାରେ ସେୟାର୍ କରୁଛନ୍ତି ।
ସୋସିଆଲ୍ ମିଡିଆ ଆପ୍ ଟିକଟକରେ ଲୋକପ୍ରିୟତା ସାଉଁଟିଥିବା ଏହି ଷ୍ଟାରଙ୍କୁ ବିଜେପି ନିର୍ବାଚନ ଲଢିବା ପାଇଁ ଟିକେଟ୍ ଦେଇଥିଲା । କିନ୍ତୁ ସେ କଂଗ୍ରେସ ନେତା କୁଲଦୀପ୍ ବିଶ୍ନୋଇଙ୍କ ବିପକ୍ଷରେ ପରାଜୟ ବରଣ କରିଥିଲେ । କୁଲଦୀପ୍ ଙ୍କୁ ନିର୍ବାଚନରେ ୫୧.୭ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ସୋନାଲୀଙ୍କୁ ମାତ୍ର ୨୭.୭୮ ପ୍ରତିଶତ ଭୋଟ୍ ମିଳିଥିଲା । ଟିକଟକରେ ୧ ଲକ୍ଷ ଫଲୋଅର୍ସ ଥିବା ସୋନାଲୀଙ୍କୁ ୟୁଜର୍ସମାନେ ଭିଡିଓ ଜରିଆରେ ପରାଜୟର ଅନୁଭବ କରାଉଛନ୍ତି । ଏହି ଭିଡିଓରେ ଖୁସି କେ ପଲ୍ କାହାଁ ଢୁଣ୍ଡୁ ... ଗୀତରେ ଟିକଟକ୍ କରୁଥିବା ନଜର ଆସୁଛନ୍ତି ସୋନାଲୀ ।
Meanwhile, in the world of TikTok!
First reaction of Sonali Phogat after her results! 🥳😆#HaryanaAssemblyElections2019pic.twitter.com/tliRqsWSQC
— Prashant Kumar (@scribe_prashant) October 24, 2019
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/fgtr.png)
/kanak/media/post_attachments/wp-content/uploads/2019/10/Capture-14-300x219.png)