ପରାଲିମ୍ପିକ୍ସ ତୀରନ୍ଦାଜରେ ଭାରତକୁ ବ୍ରୋଞ୍ଜ ପଦକ

60

କନକ ବ୍ୟୁରୋ : ପରାଲିମ୍ପିକ୍ସରେ ଭାରତ ହାତକୁ ଆଉ ଏକ ପଦକ ଆସିଛି । ଭାରତୀୟ ତୀରନ୍ଦାଜ ଖେଳାଳି ହରବିନ୍ଦର ସିଂ ଐତିହାସିକ ପ୍ରଦର୍ଶନ କରି ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି । ଟୋକିଓ ପାରାଅଲିମ୍ପିକ୍ସ ତୀରନ୍ଦାଜ ଖେଳରେ ଏହା ଭାରତ ପାଇଁ ପ୍ରଥମ ପଦକ । ଏହାସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ୧୩ ଟି ପଦକ ମିଳିଛି । ହରବିନ୍ଦର ସିଂ କୋରିଆର କିମ ମିନ ସୁଙ୍କୁ ପରାଜିତ କରି ପୁରୁଷ ବ୍ୟକ୍ତିଗତ ରିକର୍ବ ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି ।

ହରବିନ୍ଦର କୋରିଆ ସୁଟରଙ୍କୁ ସୁଟ୍ ଅଫ୍ ରେ ୬-୫ ପଏଣ୍ଟରେ ପଛରେ ପକାଇ ନିଜ ନାମରେ ପଦକ ହାସଲ କରିଛନ୍ତି । ସେ ଜର୍ମାନୀର ମ୍ୟାକ୍ ସ୍ଜାର୍ସଜେଭସ୍କି ଙ୍କୁ ୬-୨ ପଏଣ୍ଟରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଥିଲେ । ଏହାପରେ ଫାଇନାଲର ସୁଟ୍ ଅଫ୍ ରେ ସେ ବିଜୟୀ ହୋଇ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ।

ଏହା ପୂର୍ବରୁ ଶୁକ୍ରବାର ଦିନ ଟୋକିଓ ପାରାଲିମ୍ପିକ୍ସରେ ପ୍ରବୀଣ କୁମାର ହାଇ ଜମ୍ପରେ ରୋପ୍ୟ ପଦକ ହାସଲ କରିଥିଲେ । ଏହାସହ ସୁଟର ଅବନୀ ଲେଖର ମହିଳା ବର୍ଗର ୫୦ ମିଟର ରାଇଫଲ ଥ୍ରୀ ପୋଜିସନ ଏସଏଚ୧ ରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ହାସଲ କରିଥିଲେ ।