କନକ ବ୍ୟୁରୋ: ଶୀତଳ ଭଣ୍ଡାର ନଥିବାରୁ ଅମଳ ଫସଲ ନଷ୍ଟ । ଅଭାବୀ ବିକ୍ରିର ଶିକାର ହେଉଛି ଚାଷୀ । କଳାହାଣ୍ଡିରେ ପିଆଜ ଚାଷୀ ପଡିଛନ୍ତି କ୍ଷତିରେ । ଜିଲ୍ଲାରେ ଶୀତଳ ଭଣ୍ଡାର ନଥିବାରୁ ଅମଳ ହୋଇଥିବା ପିଆଜ ସରଂକ୍ଷିତ ହୋଇପାରୁନି । ଯାହାଫଳରେ ଚାଷୀ ନା ସଠିକ୍ ଦରରେ ବିକ୍ରିି କରିପାରୁଛି ନା କେଉଁଠି ସଂରକ୍ଷିତ କରି ରଖିପାରୁଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଏପଟେ ଅମଳ ସମୟେରେ ପିଆଜ କେଜି ପ୍ରତି ୬ଟଙ୍କାରେ ବେପାରୀଙ୍କୁ ବିକ୍ରିି କରୁଥିବା ବେଳେ ଏବେ ୬୦ରେ କିଣୁଛି । କଳାହାଣ୍ଡି ଜିଲ୍ଲାର କେସିଙ୍ଗା, ନର୍ଲା , ଧର୍ମଗଡ ଆଦି ବିଭିନ୍ନ ସ୍ଥାନରେ ହେକ୍ଟର ହେକ୍ଟର ଜମିରେ ପିଆଜ ଚାଷ ହୋଇଥିବା ବେଳେ ଗତଥର ଉତ୍ପାଦନ ବୃଦ୍ଧି ପାଇଥିଲା । ହେଲେ ବାହରୁ ଦଲାଲ ଆସି ୫ରୁ ୬ ଟଙ୍କାରେ ପିଆଜ କିଣି ନେଉଛନ୍ତି । ଯାହାଫଳରେ କମ୍ ଦରରେ ପିଆଜ ବିକ୍ରି କରି କ୍ଷତିରେ ପଡୁଛନ୍ତି ଚାଷୀ ମାନ ।
ଜିଲ୍ଲାରେ ଆବଶ୍ୟକ ଅନୁସାରେ ସଂରକ୍ଷଣ ସ୍ଥାନ ନଥିବା ବେଳେ ପିଆଜ କିଣିବାକୁ ବଜାର ବ୍ୟବସ୍ଥା ମଧ୍ୟ ନାହିଁ । ସାପ୍ତାହିକ ହାଟକୁ ଆସିବା ପୂର୍ବରୁ ଦଲାଲ କମ୍ ଦରରେ ପିଆଜ କିଣିନେଇ ବାହାରେ ବିକ୍ରି କରି ମାଲାମାଲ ହେଉଛନ୍ତି । କଳାହାଣ୍ଡିରେ ପିଆଜକୁ ଦଲାଲ କବରୁ ମୁକ୍ତ କରିବାକୁ ଜିଲ୍ଲାରେ ଶୀତଳ ଭଣ୍ଡାର କରାଯିବା ଜରୁରୀ ହୋଇଛି । ଯାହାଫଳରେ ଏଠାରେ ଚାଷୀ ପିଆଜ ସରଂକ୍ଷିତ କରି ରଖିପାରିବେ । ସେପଟେ ସମସ୍ୟା ଶୁଣିବା ପରେ ୩ଟି ସ୍ଥାନର ଶୀତଳ ଭଣ୍ଡାର କରାଯାଉଥିବା କଥା ଜଣାଇଛନ୍ତି । ଖୁବଶୀଘ୍ର କାମ ସରିଲେ ଚାଷୀ ମାନଙ୍କ ପାଇଁ ସୁବିଧା ହୋଇପାରିବ ବାଲି କୁହାଯାଇଛି ।
ତେବେ ଚାଷୀଙ୍କ ସମସ୍ୟା ପ୍ରତି ଗୁରୁତ୍ୱ ଦିଆଯାଇ ଶୀତଳ ଭଣ୍ଡାର କରାଯାଇପାରିଲେ ଚାଷୀ ମାନେ ଦଲାଲ କବଳରୁ ରକ୍ଷା ପାଇବା ସହିତ ଉଚିତ୍ ମୂଲ୍ୟ ପାଇପାରିବେ ।