କନକ ବ୍ୟୁରୋ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ୱିତୀୟ ଦିନରେ ସିଡନୀରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ । ସିଡନୀର ଅଲିମ୍ପିକ ପାର୍କରେ ୨୦ହଜାରରୁ ଅଧିକ ଭାରତୀୟଙ୍କୁ ସମ୍ବୋଧନ କରିବେ ମୋଦୀ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଗାଡ଼ି ଓ ଘରୋଇ ବିମାନର ଲୋକଙ୍କୁ ସିଡନୀ ଅଣାଯାଇଛି । ଏହି ବିମାନର ନାଁ ‘ମୋଦୀ ଏୟାରୱେଜ’ ଦିଆଯାଇଛି ।
ମୋଦୀଙ୍କ ପାଇଁ ସେଠାରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ତାଙ୍କ ଉପସ୍ଥିତିରେ ହ୍ୟାରିସ ପାର୍କ ଅଞ୍ଚଳର ନାଁ ବଦଳା ଯାଇ ‘ଲିଟିଲ ଇଣ୍ଡିଆ’ ରଖାଯିବ । ଗସ୍ତର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ମୋଦୀ ଅଷ୍ଟ୍ରେଲିଆର ବଡ଼ ବଡ଼ ଉଦ୍ୟୋଗୀଙ୍କୁ ଭେଟିଛନ୍ତି । ସୂଚନା ଅନୁସାରେ, ଆସନ୍ତାକାଲି ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ରହିବେ ପ୍ରଧାନମନ୍ତ୍ରୀ ମୋଦୀ । ବୁଧବାର ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କୁ ଭେଟିବା ପରେ ମେ’ ୨୫ ତାରିଖ ସକାଳେ ମୋଦୀ ଦିଲ୍ଲୀ ଫେରି ଆସିବେ ।