ହୁସିଆର ! ଗୋରା ହେବା ଚକ୍କରରେ ଲଗାଉଛନ୍ତି କି ଏହି ୫ ଟି କ୍ରିମ୍ ,ସଜାଗ ହୋଇଯାନ୍ତୁ ଚେହେରାକୁ ବିଗାଡିଦେବ ଏହି କ୍ରିମ୍ ।

133

ଗୋରା ହେବା ପାଇଁ ଲୋକେ ନାହିନଥିବା ତରିକା ଆପଣାଇଥାନ୍ତି । କିଏ ଘଣ୍ଟା ଘଣ୍ଟା ପାର୍ଲରରେ ବିତାଏ ତ ଆଉ କିଏ ଜାବତ୍ୟ କ୍ରିମ୍ ଆଣି ମୁହଁରେ ବୋଳି ହୋଇଥାନ୍ତି । କିନ୍ତୁ ବେଳେବେଳେ ଏହି କ୍ରିମ୍ ଯେ ଆପଣଙ୍କ ଚେହେରାର ନକ୍ସାକୁ ବିଗାଡିଦିଏ ଏହା ପ୍ରତି କାହାର ଧ୍ୟାନ ଯାଇନଥାଏ । ସୁନ୍ଦର ଦେଖାଯିବା ଏବଂ ଗୋରା ହେବା ନିଶାରେ ଲୋକମାନେ ଖାସ୍ କରି ମହିଳାମାନେ ଏଭଳି କ୍ରିମ୍ କୁ ଲଗାଇଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏଭଳି ୫ ଟି କ୍ରିମ୍ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ସୌନ୍ଦର୍ଯ୍ୟବର୍ଦ୍ଧକ କମ୍ ସର୍ବନାଶର କାରଣ ପାଲଟିପାରେ । ତେବେ ଆସନ୍ତ୍ୁ ଏହି ୫ ଟି କ୍ରିମ୍ କ’ଣ ସେ ଉପରେ ନଜର ପକାଇବା ।

୧. ପାନଡେର୍ମ କ୍ରିମ୍ : ଏହି କ୍ରିମ୍ ର ବ୍ୟବହାର ଦ୍ୱାରା ଚେହେରା କିଛି ସମୟ ପାଇଁ ଚମକି ଥାଏ କିନ୍ତୁ ଏହାର ଅଧିକ ବ୍ୟବହାର ଆପଣଙ୍କ ଚେହେରାକୁ ବିଗାଡି ଦେଇଥାଏ । ଯେକୌଣସି ମେଡିକାଲ୍ ଷ୍ଟୋର ଏବଂ ଲେଡିଜ୍ କର୍ଣ୍ଣରରେ ମିଳୁଥିବା ଏହି କ୍ରିମ୍ ତ୍ୱଚାକୁ ଗୋରା କରିଥାଏ ସତ କିନ୍ତୁ ଏହାପରେ ଚେହେରାରେ ବ୍ରଣ ତଥା ଧଳା ହୋଇଯିବା ଭଳି ସମସ୍ୟା ଦେଖାଯାଏ ।

୨. ବେଟାମିଲ୍ ଜି ଏମ୍ କ୍ରିମ୍ : ଲୋକପ୍ରିୟ ପାଲଟିଥିବା ଏହି କ୍ରିମ୍ ର ବହୁଳ ବ୍ୟବହାର କରିବା ତ୍ୱଚା ପ୍ରତି କ୍ଷତିକାରକ ହୋଇପାରେ । ଯାହାଦ୍ୱାରା ତ୍ୱଚା ଖୁବଶୀଘ୍ର ପତଳା ହୋଇଯାଇ ଓହଳିଯାଏ ।

୩. କାଷ୍ଟର ଏନଏଫ୍ କ୍ରିମ୍ : ଏହି କ୍ରିମର ବ୍ୟବହାରକୁ ଲୋକେ ଫାଙ୍ଗଳୀନଫେକ୍ସନ ପାଇଁ ଆଣ୍ଟିବାୟୋଟିକ୍ କ୍ରିମ୍ ଭାବରେ ବ୍ୟବହାର କରିଥାନ୍ତି । ଏହି କ୍ରିମ୍ କୁ ଆପଣ ଯେକୌଣସି ଷ୍ଟେସନାରୀ ଦୋକାନରେ ପାଇପାରିବେ । ଫେୟାରନେସ୍ କ୍ରିମ୍ ଭାବରେ ବ୍ୟବହୃତ ହେଉଥିବା ଏହି କ୍ରିମ୍ ମୁହଁରେ କଳା ଦାଗ ସୃଷ୍ଟି କରିଥାଏ ।

 

୪. ବେଟନୋଭେଟ୍ ଏନ୍ କ୍ରିମ୍ : ଏହି କ୍ରିମକୁ ଲୋକମାନେ ବହୁଳମାତ୍ରାରେ ବ୍ୟବହାର କରିଥାନ୍ତି । ତ୍ୱଚାର ରଙ୍ଗ ଗୋରା ହେବା ପାଇଁ ବ୍ୟବହ୍ୃତ ହେଉଥିବା ଏହି କ୍ରିମ୍ ମଧ୍ୟ କଳା ଦାଗ ସୃଷ୍ଟି କରିଥାଏ ।

୫. ମେଡିସାଲିକ୍ ଅଇଣ୍ଟମେଣ୍ଟ : ତ୍ୱଚାକୁ ଚମକ ପ୍ରଦାନ କରୁଥିବା ଏହି କ୍ରିମ୍ ର ବହୁଳ ବ୍ୟବହାର ଚେହେରା ପାଇଁ ସର୍ବନାଶର କାରଣ ପାଲଟିଥାଏ । ତେଣୁ ଏହି କ୍ରିମଠାରୁ ଯେତେ ଦୂରେଇ ରହିବେ ସେତେ ଭଲ ।