ମାଛ ଓ ଚିକେନକୁ ଅଧିକ ସମୟ ସତେଜ ରଖିବାକୁ ବ୍ୟବହାର ହେଉଛି କ୍ଷତିକାରକ କେମିକାଲ: ଚଢାଉ ବେଳେ ମାଲକାନଗିରିରୁ ସାମ୍ନାକୁ ଆସିଲା ସତ

119

କନକ ବ୍ୟୁରୋ: ମାଛ ଓ ଚିକେନରେ ମିଶାଯାଉଛି ଫରମାଲିନ୍ । ଏଭଳି ଅଭିଯୋଗ ଆସିଛି ମାଲକାନଗିରିରୁ । ଦୀର୍ଘ ସମୟ ଧରି ତାଜା ଓ ତାଟକା ରଖିବା ପାଇଁ ବ୍ୟବସାୟୀ ଫରମାଲିନ ବ୍ୟବହାର କରୁଥିବା ଅଭିଯୋଗ ରହିଛି । ଫରମାଲିନ ବ୍ୟବହାର ହେବା ଦ୍ୱାରା କୁକୁଡା ଖୁବ କମ ସମୟ ରେ ବଡ ହୋଇଥାଏ । କିନ୍ତୁ ଏହା ମଣିଷର ଶରୀର ପାଇଁ କ୍ଷତିକାରକ । ଏପରିକି ଆଂଟିିବାୟୋଟିକ ଓ ହରମୋନର ମଧ୍ୟ ବ୍ୟବହାର କରୁଥିବା ଜଣା ପଡିଛି । ମାଲକାନଗିରି ଜିଲ୍ଲା ସଦର ମହକୁମାରେ ସ୍ୱାସ୍ଥ୍ୟ ବିଭାଗ ଓ ପୌର ପରିଷଦର ମିଳିତ ଚଢାଉ ବେଳେ ଉଭୟ ମାଛ ଓ ଚିକେନରେ କ୍ଷତିକାରକ ରସାୟନିକ ପଦାର୍ଥ ମିଳିଥିବା ପ୍ରାଥମିକ ରିପୋର୍ଟରୁ ଜଣା ପଡିଛି । ଏମଭି ୪୨ ଗାଁ ର ଜଣେ ବ୍ୟବସାୟୀଙ୍କ ମାଛ ଜବତ କରିବା ସହ ୨୦ ହଜାର ଟଙ୍କା ଜରିମାନା କସିଛି ପୌର ପରିଷଦ । ଆଉ ଏହି ଖବର ସାମ୍ନାକୁ ଆସିବା ପରେ ମାଲାକନଗିରି ସହରରେ ସାଧାରଣ ଗ୍ରାହକଙ୍କ ମଧ୍ୟରେ ଛନକା ପଶିଛି ।