ହୁସିଆର୍ ! ଶସ୍ତାରେ ମିଳୁଥିବା ଲିପଷ୍ଟିକରେ ମିଶୁଛି କ୍ଷତିକାରକ ରସାୟନିକ ପଦାର୍ଥ…ଡାକ୍ତର କହିଲେ, ହୋଇପାରେ କିଡନୀ, ସ୍ନାୟୁ ଜନିତ ସମସ୍ୟା

1,207

କନକ ବ୍ୟୁରୋ: କର୍ମଜୀବୀ ହୁଅନ୍ତୁ ବା ଗୃହିଣୀ, ତରୁଣୀ ହୁଅନ୍ତୁ ବା ଛୋଟ ପିଲା, ସମସ୍ତଙ୍କ ପସନ୍ଦ ଲିପଷ୍ଟିକ । ଓଠରେ ଲିପଷ୍ଟିକ୍ ଲଗାଇଲେ ମୁହଁର ସୌନ୍ଦଯ୍ୟ ବଢିଥାଏ, ଏଥିପାଇଁ ପୂର୍ବ ଅପେକ୍ଷା ଏବେ ଲିପଷ୍ଟିକ୍ର ଚାହିଦା ବି ବହୁ ଗଣରେ ବଢିଛି । ଆଉ ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ବଜାରରେ ୨୦-୩୦ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କାର ଲିପଷ୍ଟିକ୍ ବିକ୍ରୀ ହେଉଛି ।

ଲିପଷ୍ଟିକ୍! ସଜେଇ ହେବା ପାଇଁ ପ୍ରଥମ ପସନ୍ଦ । ଜଣେ ନାରୀ ନିଜକୁ ସଜେଇବା ପାଇଁ ବିଭିନ୍ନ ପ୍ରକାର ପ୍ରସାଧନ ସାମଗ୍ରୀ ବ୍ୟବହାର କରିଥାନ୍ତି । ମହିଳା ବ୍ୟବହାର କରୁଥିବା କସମେଟିକ୍ ସାମଗ୍ରୀ ପାଇଁ କସମେଟିକ୍ ଆକ୍ଟ ରହିଛି । ହେଲେ କିଛି କସମେଟିକ୍ କମ୍ପାନୀ ସବୁ ନିୟମକୁ ଜଳାଂଜଳି ଦେଇ ଲାଭ ପାଇଁ ଶସ୍ତା ଓ କ୍ଷତିକାରକ କେମିକାଲ ବ୍ୟବହାର କରି ଲିପଷ୍ଟିକ ପ୍ରସ୍ତୁତ କରୁଛନ୍ତି । ଫଳରେ ବଜାରରେ ଶସ୍ତାରେ ଆମମାନଙ୍କୁ ଲିପଷ୍ଟିକ ମିଳୁଛି । ଯାହାକୁ ବ୍ୟବହାର କରିବା ଶରୀର ପାଇଁ ବହୁ କ୍ଷତିକାରକ । ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ ଲିପଷ୍ଟିକ୍ରେ ପରାବେନ, ପଲିଥେଲିନ, ଡାଇ, ଲିଡ ମିଶୁଛି । ଏହାସହ ଲିପଷ୍ଟିକରେ ବିଭିନ୍ନ ପ୍ରକାରର ରଙ୍ଗ ବ୍ୟବହାର କରାଯାଉଛି । ଯାହା ମଣିଷ ଶରୀର ଉପରେ କୁ-ପ୍ରଭାବ ପକାଇଥାଏ ।

ଡାକ୍ତରଙ୍କ କହିବା ଅନୁସାରେ,

୧. ପରାବେନର ପ୍ରଭାବରେ ମଣିଷର ମାନସିକ ବିକାର ବଢିବା ସହ ଏହା ପେଟକୁ ଗଲେ ଡାଇରିଆ ସମସ୍ୟା ଦେଖାଦେଇପାରେ ।

୨. ପଲିଥେଲିନ୍ ଯୋଗୁଁ ସ୍ନାୟୁ ଜନିଜ ସମସ୍ୟା ଦେଖା ଦେଇଥାଏ ।

୩. ଲିଡ୍ ଶରୀରକୁ ଗଲେ କିଡନୀ ଉପରେ କୁ-ପ୍ରଭାବ ପକାଇଥାଏ ।

୪. ଡାଇ କାରଣରୁ ମୁଣ୍ଡ ବିନ୍ଧିବା ସହ ବାନ୍ତି ଲାଗିଥାଏ ।

ତେବେ ଏସବୁ ରସାୟନିକ ପଦାର୍ଥ ଅଧିକ ଦାମର ଲିପଷ୍ଟିକରେ ଥିବା ନେଇ ଲେଖା ହୋଇଥିବା ବେଳେ ଶସ୍ତା ଲିପଷ୍ଟିକ୍ରେ କେଉଁ କେମିକାଲ ବ୍ୟବହାର ହେଉଛି, ତାର ତଦନ୍ତ ହେବା ଆବଶ୍ୟକ ବୋଲି କହିଛନ୍ତି ଗ୍ରାହକ ।