ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ମନୋନୀତ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଧର୍ମେନ୍ଦ୍ରଙ୍କ ଧନ୍ୟବାଦ । ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

833

କନକ ବ୍ୟୁରୋ: ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ପାଇବା ପାଇଁ ମନୋନୀତ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଡକରଙ୍କୁ ଟୁଇଟ କରି ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବ୍ଲୁ ଫ୍ଲାଗ ମାନ୍ୟତା ପାଇବା ପାଇଁ ଭାରତ ସରକାର ଅନ୍ତର୍ଜାତୀୟ ଜୁରୀ ଡେନମାର୍କକୁ ସୁପାରିସ କରିଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ପୁରୀ ବେଳାଭୂମୀ ରହିଛି ।

ତେବେ ପୁରୀରେ ପର୍ଯ୍ୟଟକଙ୍କୁ ସୁବିଧା ଦେବା ଓ ସ୍ଥାୟୀ ପରିବେଶ ସୃଷ୍ଟି କରିବା ନେଇ ସିସକମ ବିଗତ ଅଢେଇ ବର୍ଷରେ ଖର୍ଚ୍ଚ କରିଛି ୮.୫ କୋଟିରୁ ଅଧିକ ଟଙ୍କା । ପୁରୀ ବେଳାଭୂମୀରେ ସ୍ୱଚ୍ଚତା,ସବୁଜିମା,ବସିବା ପାଇଁ ଛତ୍ରୀ,ବାର୍ଥିଂ ଜୋନ,ଅତ୍ୟାଧୁନିକ ଶୌଚାଳୟର ସୁବିଧା, ପାନୀୟ ଜଳ, ପାର୍କିଂ, ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ବିଶ୍ୱସ୍ତରୀୟ ସୁବିଧା ହେବା ଦ୍ୱାରା ପୁରୀରେ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ହେବା ସହ ବିଦେଶୀ ପର୍ଯ୍ୟଟକଙ୍କୁ ଆହୁରି ଅଧିକ ଆକୃଷ୍ଟ କରିପାରିବ ବୋଲି କେନ୍ଦ୍ର ମନ୍ତ୍ରୀ ଟୁଇଟ କରିଛନ୍ତି ।