କନକ ବ୍ୟୁରୋ : ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ୍ ଇତିହାସ ରଚିଛି । ଦ୍ୱିତୀୟ ଦିନିକିଆରେ ହର୍ମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତ ୮୮ ରନରେ ଘରୋଇ ଇଂଲଣ୍ଡକୁ ପରାସ୍ତ କରିଛି । ଫଳରେ ଭାରତ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ ଜିତି ନେଇଛି । ଆଉ ଏଥିସହ ୧୯୯୯ ପରେ ଇଂଲଣ୍ଡ ମାଟିରେ ଭାରତ ପ୍ରଥମଥର ସିରିଜ ଜିତିବାର ସୌଭାଗ୍ୟ ଲାଭ କରିଛି ।

Advertisment

publive-image

କ୍ୟାପଟେନ ହର୍ମନପ୍ରୀତଙ୍କ ବିସ୍ଫୋରକ ଶତକୀୟ ଇନିଂସ ଦମରେ ଭାରତ ୫ ୱିକେଟ୍ ହରାଇ କରିଥିଲା ୩୩୩ ରନ୍ । ଜବାବରେ ଇଂଲଣ୍ଡର ପୂରା ଟିମକୁ ୨୪୫ ରନରେ ଅଲଆଉଟ୍ କରିଦେଇଥିଲେ ଭାରତୀୟ ବୋଲର । ହର୍ମନପ୍ରୀତ ମାତ୍ର ୧୧୧ ବଲର ସାମ୍ନା କରି ୧୪୩ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ସେହିପରି ହର୍ଲିନ ଦେଓଲ ୫୮, ସ୍ମୃତି ମନ୍ଧାନା ୪୦ ରନର ଯୋଗଦାନ କରିଥିଲେ । ବୋଲିଂରେ ରେଣୁକା ସିଂ ୪ଟି ସଫଳତା ପାଇଛନ୍ତି । ୨୪ ତାରିଖରେ ଲର୍ଡ୍ସରେ ତୃତୀୟ ଦିନିକିଆ ଖେଳାଯିବ ।