ଝୁଲନ ଗୋସ୍ୱାମୀଙ୍କ ବିଦାୟୀ ମ୍ୟାଚରେ ଭାବୁକ ହେଲେ ହରମନପ୍ରିତ କୌର: କାନ୍ଦି ପକାଇଲେ କ୍ୟାପଟେନ

312

କନକ ବ୍ୟୁରୋ: ଆଜି ଭାରତୀୟ ମହିଳା କ୍ରିକେଟ ଦଳ ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚ ଖେଳିବାକୁ ମୈଦାନକୁ ଓହ୍ଲାଇଛି । ଏହି ମ୍ୟାଚ ଭାରତୀୟ ମହିଳା ବୋଲର ଝୁଲନ ଗୋସ୍ୱାମୀଙ୍କ ପାଇଁ ଖାସ ରହିଛି । କାରଣ ସେ ନିଜ ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳଉଛନ୍ତି । ଆଜି ଟିମ ଇଣ୍ଡିଆ ଚାହିଁବ ବିଜୟୀ ହୋଇ ଝୁଲନଙ୍କୁ ତାଙ୍କ ଶେଷ ମ୍ୟାଚରେ ଉପହାର ଦେବାକୁ । ଏହି ସିରିଜରେ ଭାରତ ୨-ରେ ଆଗୁଆ ରହିଛି ।

ମ୍ୟାଚ ଆରମ୍ଭ ହେବା ପୂର୍ବ ଟିମ ତରଫରୁ ଝୁଲଙ୍କୁ ସ୍ମୃତି ଚିହ୍ମ ଉପହାର ଦିଆଯାଇଥିଲା । ଏହି ସମୟ ଝୁଲନ ଆଉ ପୂରା ଟିମ ପାଇଁ ଖାସ ଥିଲା । କ୍ୟାପଟେନ ହରମନପ୍ରିତ ସିଂ ଝୁଲନଙ୍କୁ ଧରି ଭାବୁକ ହୋଇଯାଇଥିଲେ । ଆଉ କାନ୍ଦି ପକାଇଥିଲେ ମଧ୍ୟ, ଯାହାର ଭିଡିଓ ସୋସିଆଲମିଡିଆରେ ଖୁବ ଭାଇରାଲ ହେଉଛି ।

୧୯ ବର୍ଷ ବୟସରେ ୨୦୦୨ରେ ଟିମ ଇଣ୍ଡିଆରେ ଡେବ୍ୟୁ କରିଥିଲେ ଝୁଲନ । ସେ ଭାରତ ପାଇଁ ୧୨ ଟେଷ୍ଟ, ୨୦୪ ଦିନିକିଆ, ୬୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି । ଏହାସହ ସେ ଟେଷ୍ଟରେ ୪୪, ଦିନିକିଆରେ ୨୫୪ ଓ ଟି-୨୦ରେ ୫୬ଟି ୱିକେଟ ନେଇଛନ୍ତି । ଦିନିକିଆରେ ୨୦୦ରୁ ଅଧିକ ୱିକେଟ ନେଇଥିବା ସେ ପ୍ରଥମ ମହିଳା ଖେଳାଳି ।