କନକ ବ୍ୟୁରୋ: ସୁପ୍ରିମକୋର୍ଟ ଅବୈଧ ଖନନ ପଟ୍ଟା ମାମଲାରେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବଡ ଆଶ୍ୱସ୍ତି ଦେଇଛନ୍ତି । ଶୀର୍ଷ ଅଦାଲତ ଝାଡଖଣ୍ଡ ହାଇକୋର୍ଟର ନିଷ୍ପତ୍ତିକୁ ବଦଳାଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି । ଝାଡଖଣ୍ଡ ହାଇକୋର୍ଟ ଖନନ ପଟ୍ଟା ମାମଲାରେ ତଦନ୍ତ ସମ୍ବନ୍ଧୀୟ ଜନହିତ ଆବେଦନର ଶୁଣାଣିକୁ ଯୋଗ୍ୟ ଦର୍ଶାଇଥିଲେ । ଲିଜ ଆବଣ୍ଟନ କରିବା ଏବଂ ନିଜ ସମ୍ପର୍କୀୟ ଦ୍ୱାରା ସେ କମ୍ପାନୀରେ ନିବେଶ କରିବା ବରୋଧରେ ଦାୟର ଜନହିତ ଆବେଦନ ଉପରେ ସୁପ୍ରିମକୋର୍ଟ କହିଥିଲେ ଏହା ଜନହିତ ଆବେଦନର ଶୁଣାଣି କରିବା ପାଇଁ ଗ୍ରହଣୀୟ ନୁହେଁ ।
सत्यमेव जयते! pic.twitter.com/38JLdRLmsq
— Hemant Soren (@HemantSorenJMM) November 7, 2022
ସୋରେନଙ୍କ ଉପରେ ରାଜ୍ୟର ଖଣି ମନ୍ତ୍ରୀ ହିସାବରେ ଖନନ ପଟ୍ଟା ନିଜକୁ ଆବଣ୍ଟିତ କରିବାର ଅଭିଯୋଗ ରହିଛି । ଅଦାଲତ କହିଛନ୍ତି, ଆମେ ଦୁଇଟି ଆବେଦନକୁ ଅନୁମତି ଦେଇଛୁ ଏବଂ ଜନହିତ ଆବେଦନର ଶୁଣାଣି ପାଇଁ ଯୋଗ୍ୟ ନଥିବା ଦର୍ଶାଇଛୁ । ସେହିଭଳି ୨୦୨୨ ଜୁନ ମାସରେ ଝାଡଖଣ୍ଡ ହାଇକୋର୍ଟର ନିର୍ଦ୍ଦେଶକୁ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/hemanta-soren.jpg)