ମହାମାରୀ ବେଳେ ହରିଆଣା ସରକାରଙ୍କ ବଡ ନିଷ୍ପତ୍ତି ।  ରାଜ୍ୟର ପ୍ରତି ବିପିଏଲ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା

562

କନକ ବ୍ୟୁରୋ : ମହାମାରୀ ବେଳେ ହରିଆଣା ସରକାର ରାଜ୍ୟବାସୀଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି । କରୋନା କାଳରେ ରାଜ୍ୟର ଗରୀବ ସୀମାରେଖା ତଳେ ଥିବା ସମସ୍ତ ପରିବାରକୁ ୫ ହଜାର ଟଙ୍କାର ସହାୟତା ଦିଆଯିବ ବୋଲି କହିଛନ୍ତି ହରିଆଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ୍ ବିଜ୍ ।

କରୋନା ମହାମାରୀ ବେଳେ ସାଧାରଣ ଲୋକମାନେ ଲକଡାଉନ ଫଳରେ କାମଧନ୍ଦା ନକରିପାରି ଘରେ ରହିଛନ୍ତି । ଏହି ସମୟରେ ସେମାନଙ୍କର ରୋଜଗାର ବନ୍ଦ ହୋଇଯାଇଛି । ତେଣୁ ସେମାନେ ତାଙ୍କର ପରିବାର ଚଳାଇବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏ ସବୁକୁ ନଜରରେ ରଖି ପ୍ରତି ବିପିଏଲ ପରିବାରକୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ବିଜ୍ କହିଛନ୍ତି ।

କହିରଖୁ କି ଏହା ପୂର୍ବରୁ ଦିଲ୍ଲୀ ସରକାର ରାଜ୍ୟରେ ଥିବା ପ୍ରବାସୀ ଶ୍ରମିକଙ୍କ ପରିବାରକୁ ୫ ରୁ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଦେବାକୁ ଘୋଷଣା କରିଥିବା ବେଳେ ଦିଲ୍ଲୀର ସମସ୍ତ ଆଟୋ ଓ ଟ୍ୟାକ୍ସି ଡ୍ରାଇଭର ଓ ନିର୍ମାଣ ଶ୍ରମିକଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ।