ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ହରିବଂଶ : ଲଗାତାର ଦ୍ୱିତୀୟଥର ଲାଗି ରାଜ୍ୟସଭା ଉପାଧ୍ୟକ୍ଷ ହେଲେ ହରିବଂଶ

249

କନକ ବ୍ୟୁରୋ : ରାଜ୍ୟସଭା ଉପଧ୍ୟକ୍ଷ ନିର୍ବାଚନରେ ଏନ୍‌ଡିଏକୁ ମିଳିଲା ବିଜୟ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ  ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାୟିଡୁ ସୂଚନା ଦେଇଛନ୍ତି।  ହରିବଂଶ ଦ୍ବିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି ।

ସେପଟେ ଉପାଧ୍ୟକ୍ଷ ଭାବେ ହରିବଂଶ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ବିଷମ ପରିସ୍ଥିତି ମଧ୍ୟରେ ସଂସଦ କାର୍ଯ୍ୟ ଚାଲୁଥିବା ବେଳେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସହଯୋଗ କରିବା ଜରୁରୀ ବୋଲି କହିଛନ୍ତି ମୋଦି।