କନକ ବ୍ୟୁରୋ : ରାଜ୍ୟସଭା ଉପଧ୍ୟକ୍ଷ ନିର୍ବାଚନରେ ଏନ୍ଡିଏକୁ ମିଳିଲା ବିଜୟ। ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏନେଇ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାୟିଡୁ ସୂଚନା ଦେଇଛନ୍ତି। ହରିବଂଶ ଦ୍ବିତୀୟ ଥର ପାଇଁ ରାଜ୍ୟସଭା ଉପାଧ୍ୟକ୍ଷ ହୋଇଛନ୍ତି ।
ସେପଟେ ଉପାଧ୍ୟକ୍ଷ ଭାବେ ହରିବଂଶ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହାସହ ବିଷମ ପରିସ୍ଥିତି ମଧ୍ୟରେ ସଂସଦ କାର୍ଯ୍ୟ ଚାଲୁଥିବା ବେଳେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କୁ ସହଯୋଗ କରିବା ଜରୁରୀ ବୋଲି କହିଛନ୍ତି ମୋଦି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/09/6-16.jpg)