ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ୧୪ହଜାର ଭୋଟ ବ୍ୟବଧାନରେ ହେଲେ ପରାସ୍ତ ।

Advertisment
ଉତ୍ତରାଖଣ୍ଡରେ ହାରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ୧୪ହଜାର ଭୋଟ ବ୍ୟବଧାନରେ ହେଲେ ପରାସ୍ତ ।

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ପରାସ୍ତ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ୍ । ଲାଲକୁଆଁ ଆସନରେ ୧୪ ହଜାର ଭୋଟ ବ୍ୟବଧାନରେ ହରିଶ ହାରିଛନ୍ତି ।୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ହେଭିୱେଟ୍ ନେତାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ବଡ଼ ଟକ୍କର ।

ଭାରତୀୟ ଜନତା ପାର୍ଟି ଉତ୍ତରାଖଣ୍ଡରେ ୪୬ ଟି ଆସନ ସହିତ ଆଗରେ ରହିଥିବାବେଳେ କଂଗ୍ରେସ ପାଇଁ ଏକ ବଡ଼ ଝଟକା, ଏହାର ସବୁଠାରୁ ବଡ ଚେହେରା ହରିଶ ରାୱତ ଉତ୍ତରାଖଣ୍ଡର ଲାଲକୁୱା ଆସନରୁ ନିର୍ବାଚନ ହାରିଛନ୍ତି। ହରିଶ ରାୱତ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ଉତ୍ତରାଖଣ୍ଡରେ ମୋଟ ୭୦ ଆସନ ମଧ୍ୟରୁ ଏବେ ବିଜେପି ୪୬ ଟି ଆସନରେ ଆଗୁ ଆ ଥିବା ବେଳେ କଂଗ୍ରେସ ମାତ୍ର ୨୪ ଟି ଆସନରେ ଆଗୁଆ ରହିଛି । ତାଙ୍କ ଝିଅ ଅନୁପମା ରାୱତଙ୍କୁ ମଧ୍ୟ ପରାଜୟର ମୁହଁ ଦେଖିବାକୁ ପଡିଛି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ମୋହନ ସିଂ ବିଷ୍ଟଙ୍କ ଠାରୁ ପରାସ୍ତ ହୋଇଛନ୍ତି।

କହିରଖୁ କି ଉତ୍ତରାଖଣ୍ଡରେ ପୁଣିଥରେ ବିଜେପି ସରକାର ଗଠନ କରିବା ନେଇ ଆଶା ଦେଖା ଦେଇଛି । ଏଠାରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଏବେକାର ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମୀଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢିଥିଲେ । ସେପଟେ ପୁସ୍କର ସିଂ ଧାମୀ ନିଜେ ଲଢୁଥିବା ଖଟିମା ଆସନର ଆଶିଂକ ଫଳାଫଳର ସୂଚନା ମୁତାବକ ତାଙ୍କ ପ୍ରତିଦ୍ୱନ୍ଦୀ ଏବେ ଭୋଟରେ ଆଗୁଆ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe