କନକ ବ୍ୟୁରୋ: ମଣିଷ ବଞ୍ଚିିଛି, ହେଲେ ତାକୁ ପୋଡିବାର ସମସ୍ତ ପ୍ରକ୍ରିୟା କାଗଜପତ୍ରରେ ଶେଷ ହୋଇଯାଇଛି । ସେ ମଣିଷ ବି କାଗଜପତ୍ରରେ ପୋଡିଯାଇଛି । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ କିନ୍ତୁ ପୁରୀ ଜିଲ୍ଲା ବ୍ରହ୍ମଗିରିରେ ଏଭଳି ଏକ ଘଟଣା ଘଟିଛି ।
ମଣିଷ ଜୀବନର ଚିରନ୍ତତ ସତ୍ୟ ହେଉଛି ମୃତ୍ୟୁ । ହେଲେ ସରକାରୀ ସହାୟତା ହାତେଇବାକୁ ଜୀବିତ ଲୋକଙ୍କୁ ମୃତ ଦର୍ଶାଯାଇଛି । ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଆମ୍ବପଡା ପଞ୍ଚାୟତର ନଟବର ବେହେରାଙ୍କୁ ମୃତ ବୋଲି ଦର୍ଶାଇ ଶବଦାହ ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ୨ ହଜାର ଟଙ୍କା ଉଠାଯାଇଛି । ସେହିଭଳି ବଞ୍ଚିଥିବା ଦୁର୍ଗା ଚରଣ ଜେନାଙ୍କୁ କାଗଜପତ୍ରରେ ମୃତ ଦେଖାଇ ଶବ ସକ୍ରାର ବାବଦ ଟଙ୍କା ହଡପ କରାଯାଇଛି । ଆମ୍ବପଡା ପଞ୍ଚାୟତରେ ଜାଲ କାଗଜ ପତ୍ର କରି ୨୦ ଜଣଙ୍କୁ ମୃତ ଦର୍ଶାଇ ୪୦ ହଜାର ଟଙ୍କା ଲୁଟ କରାଯାଇଥିବା ଅଭିଯୋଗ ହୋଇଛି ଆଉ ଆରଟିଆଇ ତଥ୍ୟରୁ ଏହାର ଖୁଲାସା ହୋଇଛି ।
ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଯୋଜନାର ଅର୍ଥ ହଡପ ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରୁଛନ୍ତି ବ୍ରହ୍ମଗିରି ବିଡିଓ । ରିପୋର୍ଟ ଆସିଲେ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । କେବଳ ବ୍ରହ୍ମଗିରି ବ୍ଲକର ଆମ୍ବପଡା ପଞ୍ଚାୟତ ନୁହେଁ, ଅନ୍ୟ ପଞ୍ଚାୟତରେ ଏଭଳି ଠକେଇ ହୋଇଥିବା ଅଭିଯୋଗ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/vlcsnap-2021-11-12-19h54m48s236.png)