ବିଡି କାରଖାନାରେ କାମ କରୁଥିଲେ ମା’, ୟୁଟ୍ୟୁବରୁ ପଢି ଝିଅ କ୍ରାକ୍ କଲା MBBS

438

କନକ ବ୍ୟୁରୋ: ଏ କାହାଣୀ ହେଉଛି ହାରୀକାଙ୍କର । ମା’ ଏକ ବିଡି କାରଖାନାରେ ଶ୍ରମିକ । ପଢିବାକୁ ଆବଶ୍ୟକ ସାଧନ ବି ନାହିଁ । ହେଲେ ହାରିକା କେବଳ ୟୁଟ୍ୟୁବରରୁ ପାଠ ପଢି ଏମବିବିଏସ୍ ପରୀକ୍ଷା କ୍ଲିୟର କଲେ ।

ନିଜାମାବାଦରେ ରହୁଥିବା ହାରିକାଙ୍କ ମା’ ଏକ ବିଡି କାରଖାନାରେ କାମ କରି ଘର ଚଳାନ୍ତି । । କିନ୍ତୁ ପିଲାଟିବେଳୁ ଡାକ୍ତର ହୋଇ ରୋଗୀ ସେବା କରିବାକୁ ସ୍ୱପ୍ନ ଦେଖୁଥିବା ହାରିକା ନିଜ ସ୍ୱପ୍ନକୁ ସାକାର କରିଛନ୍ତି । ଚଳିତ ବର୍ଷ ଏମବିବିଏସ୍ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି । ‘ଯଦି ସ୍ୱପ୍ନ ଦେଖୁଛ ତେବେ ତାହା ପୂରଣ ନହେବା ଯାଏଁ ରୁହ ନାହିଁ’ ବୋଲି କହିଛନ୍ତି ହାରିକା ।

ଖୁବ୍ କମ୍ ବୟସରେ ବାପାଙ୍କୁ ହରାଇଲେ ହାରିକା । ମା’ ଏକ ବିଡି କାରଖାନାରେ କାମ କରି ଘର ଚଳାଉଥିଲେ, ହେଲେ ଝିଅର ପାଠପଢାରେ ମନଯୋଗକୁ ଲକ୍ଷ୍ୟ କରି ତା’ର ସ୍ୱପ୍ନକୁ ପୂରଣ କରିବାକୁ ଅଣ୍ଟା ଭିଡିଲେ । ନିଜର ସ୍ୱଳ୍ପ ରୋଜଗାର ଭିତରେ ଝିଅର ସବୁ ଆବଶ୍ୟକତା ପୂରଣ ନକରିପାରିଲେ ବି ତାକୁ ଆଗକୁ ବଢିବାକୁ ସାହାସ ଦେଉଥିଲେ । ଶେଷରେ ଝିଅ ନିଜକୁ ପ୍ରମାଣିତ କରିପାରିଛି । କଷ୍ଟକର ମେଡିକାଲ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏମବିବିଏସ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛି ହାରୀକା ।