ପତଞ୍ଜଳୀ ଆଶ୍ରମରେ ଯୁବତୀଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟରେ ଲେଖିଲେ ଏମିତି କଥା

464

କନକ ବ୍ୟୁରୋ : ବାବା ରାମଦେବଙ୍କ ହରିଦ୍ୱାର ସ୍ଥିତ ପତଞ୍ଜଳୀ  ଗୁରୁକୁଲମରେ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ସେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଇଛି । ଆତ୍ମହତ୍ୟା କରିଥିବା ଏହି ୨୪ ବର୍ଷିୟ ଯୁବତୀ ଜଣଙ୍କ ମଧ୍ୟପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି ।

ଏନେଇ ପୋଲିସ ସୂଚନା ପାଇବା ପରେ ଘଟଣା ସ୍ଥଳରେ ପହଂଚି ଶବ ଜବତ୍ କରିବା ସହ ଯୁବତୀଙ୍କ ଶବ ନିକଟରୁ ଏକ ସୁଇସାଇଡ ନୋଟ ଜବତ କରିଛି । ବହାଦରାବାଦ ପୋଲିସ ଏହି ସୁଇସାଇଡ ନୋଟ ଜବତ କରିବା ପରେ କହିଛି କି ଏଥିରୁ କିଛି ସ୍ପଷ୍ଟ ଜଣାପଡୁନାହିଁ । ହେଲେ ଏଥିରେ କିଛି ଭକ୍ତିର କଥା ଲେଖାଯିବା ସହ ସେ ଇଶ୍ୱରଙ୍କ ଠାରେ ବିଲିନ ହେବାକୁ ଆତ୍ମହତ୍ୟା କରିଛନ୍ତି ବୋଲି ଲେଖାଯାଇଛି ।

ବହାଦରାବାଦ ଡେପୁଟି ଏସପି ପରବେଜ ଅଲ୍ଲୀ କହିଛନ୍ତି କି ସୁଇସାଇଡ ନୋଟରେ କିଛି ପରିସ୍କାର ଭାବେ ଲେଖାଯାଇ ନାହିଁ । ସେପଟେ ଆତ୍ମହତ୍ୟା ବାବଦରେ ଯୁବତୀଙ୍କ ପରିବାରକୁ ସୂଚନା ଦିଆଯାଇଛି । ଯୁବତୀଙ୍କ ପରିବାର ଲୋକ ଆସିବା ପରେ ଯୁବତୀଙ୍କ ପୋଷ୍ଟମର୍ଟମ୍ ହେବ ।