ପତଂଜଳୀ ପୀଠରେ ପଶିଲା କରୋନା : ୩ଟି ଯୋଗପୀଠରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ

587

କନକ ବ୍ୟୁରୋ : ବାବା ରାମଦେବଙ୍କ ପତଂଜଳି ଯୋଗପୀଠରୁ କରୋନା ସଂକ୍ରମିତ ଚିହ୍ନଟ । ପତଂଜଳି ଯୋଗପୀଠର ଭିନ୍ନ ଭିନ୍ନ ୩ଟି ଯୋଗପୀଠରୁ ୮୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି । ସାରା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏଥିରୁ ବର୍ତ୍ତିନାହିଁ ଉତ୍ତରାଖଣ୍ଡରେ ଥିବା ଯୋଗଗୁୁରୁ ବାବା ରାମଦେବଙ୍କ ପତଂଜଳି ପୀଠ ।

ସିଏମଓ ଡ.ଏସକେ ଝା ପତଂଜଳି ପୀଠରୁ ୮୩ ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଇଛନ୍ତି । ଅନ୍ୟପଟେ କିନ୍ତୁ ଏହି ଖବରକୁ ଖଣ୍ଡନ କରିଛନ୍ତି ବାବ ରାମଦେବଙ୍କ ମୁଖପାତ୍ର । ସେ କହିଛନ୍ତି ସବୁ ଲୋକଙ୍କର ଟେଷ୍ଟିଂ କରାଯାଇ ଭିତରକୁ ଏଂଟ୍ରି କରାଯାଉଛି । ଯେଉଁମାନେ ସଂକ୍ରମିତ ରହୁଛନ୍ତି ସେମାନଙ୍କୁ ଏଂଟ୍ରି ମିଳୁନାହିଁ ।

ଡ.ଏସକେ ଝାଙ୍କ ମୁତାବକ ୧୦ ତାରିଖରୁ ୩୦ ତାରିଖ ମଧ୍ୟରେ ପତଂଜଳି ଯୋଗପୀଠରୁ ୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ୮୩ ଜଣଙ୍କ ମଧ୍ୟରୁ କେବଳ ୪୬ ଜଣ ସଂକ୍ରମିତ ପଜଂଜଳି ଯୋଗପୀଠରୁ ,୨୮ଜଣ ଯୋଗ ଗ୍ରାମରୁ ଏବଂ ୯ ସଂକ୍ରମିତ ଆଚାର୍ଯ୍ୟକୁଲମରୁ ଚିହ୍ନଟ ହୋଇଛନ୍ତି । ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ରହିଛି । ଏପରିକି ଆବଶ୍ୟକ ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗଗୁରୁ ବାବା ରାମଦେବଙ୍କର ମଧ୍ୟ କରୋନା ପରୀକ୍ଷା କରାଯିବ ।