୫୦ ଲକ୍ଷ ଟିକଟକ୍ ଫଲୋଅର୍ ଥିବା ବ୍ୟକ୍ତିଙ୍କ ୬ ମହଲା ହୋଟେଲରୁ ଆତ୍ମହତ୍ୟା ଧମକ ! ୧୭ ଘଣ୍ଟା କସରତ ପରେ ତଳକୁ ଓହ୍ଲାଇଲେ ସେଓ ,କଦଳୀ ମାଗିଲେ । 

362

ପ୍ରଥମେ ପତ୍ନୀଙ୍କ ସହ ଝଗଡା ପରେ ଆତ୍ମହତ୍ୟା ଉଦ୍ୟମ ପାଇଁ ଧମକ । ପଶ୍ଚିମ ଦିଲ୍ଲୀର ଜଣେ ୩୧ ବର୍ଷୀୟ ବ୍ୟକ୍ତି ୬ ମହଲା ହୋଟେଲ୍ ରେ ଚଢି ଏଭଳି କାରନାମା କରୁଥିବା ନଜର ଆସିଥିଲେ । ୧୭ ଘଣ୍ଟାର କସରତ ପରେ ବ୍ୟକ୍ତିଙ୍କୁ ପରିଶ୍ରା ଲାଗିବାରୁ ସେ ତଳକୁ ଓହ୍ଲାଇ ପୋଲିସ୍ କୁ ଚିନ୍ତାମୁକ୍ତ କରିଥିଲେ । ସନ୍ଦିପ୍ ଆଲିଆସ୍ ଅର୍ମାନ୍ ମଲ୍ଲିକ୍ ନାମକ ଜଣେ ବ୍ୟକ୍ତି ହରିନଗରରେ ଥିବା ୬ ମହଲା ହୋଟେଲ୍ ରେ ଚଢି ହଠାତ୍ ଆତ୍ମହତ୍ୟା କରିବାକୁ ଧମକ ଦେଲେ । ପତ୍ନୀଙ୍କ ସହ ଝଗଡା କାରଣରୁ ସେ ଅତିଷ୍ଟ ହୋଇ ଏଭଳି କରିଥିବା କଥା କହିଥିଲେ ।

ତେବେ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ପୋଲିସ୍ ଯେଉଁ ନାକେଦମ୍ ହୋଇଛି ତାହା ନ କହିଲେ ଭଲ । ରବିବାର ରାତିରେ ଉକ୍ତ ସ୍ଥାନରେ ଦମକଳ ବାହିନୀ, ପୋଲିସ୍ , ଆମ୍ବୁଲାନ୍ସ ସବୁ ପହଂଚିଥିଲେ ସାରା ରାତି ବ୍ୟକ୍ତିଙ୍କୁ ଉଦ୍ଧାର କରିବା ପାଇଁ ବିଫଳ ହେବାରୁ ସୋମବାର ସକାଳ ୮.୪୫ ରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ମଜାଳିଆ କଥା ହେଉଛି ରାତିସାରା ଉଦ୍ଧାରକାରୀଦଳଙ୍କୁ ନାକେଦମ୍ କରିବା ପରେ ସେ ତଳକୁ ଆସି ସେଓ,କଦଳୀ ଖାଇବାକୁ ମାଗିଥିଲେ ଏବଂ ମାଇକ୍ ରେ ନିଜ ଅଭିଯୋଗ କହିବା ପାଇଁ ଜିଦ୍ ଧରି ବସିଥିଲେ । ପୋଲିସ୍ କହିବାନୁସାରେ ଉକ୍ତ ବ୍ୟକ୍ତିଙ୍କୁ ବୁଝାଇବା ପାଇଁ  ତାଙ୍କର ଜଣେ ମହିଳା ବନ୍ଧୁଙ୍କୁ ମଧ୍ୟ ଡକାଯାଇଥିଲା । ମହିଳାଙ୍କ କହିବାନୁସାରେ , ମଲ୍ଲିକ ଜଣେ ଲୋକପ୍ରିୟ ଟିକଟକ୍ ୟୁଜର୍ । ଟିକଟକରେ ତାଙ୍କର ୫ ମିଲିୟନ୍ ଫଲୋଅର୍ସ ଅଛନ୍ତି ।