କନକ ବ୍ୟୁରୋ : ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଦୀର୍ଘଦିନ ପରେ ଭାରତୀୟ ଟିମକୁ ଫେରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସେହିଭଳି ଗବର ତଥା ଶିଖର ଧୱନ ଓ ଭୁବନେଶ୍ୱର କୁମାରଙ୍କୁ ପୁଣିଥରେ ୧୫ ଜଣିଆ ଦଳରେ ସାମିଲ କରାଯାଇଛି । କୋହଲିଙ୍କ ନେତୃତ୍ୱରେ ଭାରତ ମୈଦାନକୁ ଓହ୍ଲାଇବ । ତେବେ ୧୫ ଜଣିଆ ଟିମରେ ରୋହିତଙ୍କୁ ସାମିଲ କରାଯାଇନାହିଁ । ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଟି-୨୦ ମ୍ୟାଚରେ ଆହତ ହେବା ପରେ ଟେଷ୍ଟ ଓ ଦିନିକିଆ ସିରିଜରୁ ବାଦ୍ ପଡିଥିଲେ ରୋହିତ । ତେବେ ସମ୍ପୂର୍ଣ୍ଣ ଫିଟ୍ ହୋଇନଥିବାରୁ ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ସିରିଜରୁ ବାଦ୍ ଦିଆଯାଇଛି ।
#TeamIndia for 3-match ODI series against SA - Shikhar Dhawan, Prithvi Shaw, Virat Kohli (C), KL Rahul, Manish Pandey, Shreyas Iyer, Rishabh Pant, Hardik Pandya, Ravindra Jadeja, Bhuvneshwar Kumar, Yuzvendra Chahal, Jasprit Bumrah, Navdeep Saini, Kuldeep Yadav, Shubman Gill. pic.twitter.com/HD53LRAhoh
— BCCI (@BCCI) March 8, 2020
ସେହିଭଳି ଆହତ ସମସ୍ୟା ଦେଇ ଦୀର୍ଘଦିନ ଭାରତୀୟ ଟିମରୁ ବାଦ୍ ପଡିଥିବା ହାର୍ଦ୍ଦିକ ଦଳକୁ କମବ୍ୟାକ କରିଛନ୍ତି । ତେବେ ଘରୋଇ ଡି ୱାଇ ପାଟିଲ ଟି-୨୦ ଟୁର୍ଣ୍ଣାମେଣ୍ଟରେ ଲଗାତାର ୨ ବିସ୍ଫୋରକ ଶତକ ହାର୍ଦ୍ଦିକଙ୍କୁ ଭାରତୀୟ ଦଳକୁ ଫେରିବାକୁ ସୁଯୋଗ ଦେଇଛି । ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଆହତ ହୋଇ ଦଳରୁ ବାଦ୍ ପଡିଥିବା ଶିଖର ଦୁଇ ମାସ ପରେ ପୁଣିଥରେ ଭାରତୀୟ ଦଳରେ ଏଣ୍ଟ୍ରି ମାରିଛନ୍ତି । ଅନ୍ୟପଟେ ନ୍ୟୁଜିଲାଣ୍ଡ ସିରିଜରେ ଦଳରେ ଥିବା ଶିବମ ଦୁବେ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି ଓ ମୟଙ୍କ ଅଗ୍ରୱାଲଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରୁ ବାଦ୍ ଦିଆଯାଇଛି । ତେବେ ଶୁଭମାନ ଗିଲ ଓ ନବଦୀପ ସାଇନି ଦଳରେ ନିଜ ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି । ଆସନ୍ତା ୧୨ ମାର୍ଚ୍ଚରୁ ଦିକ୍ଷଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।