କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟିର ଘଣ୍ଟା ଜବତ , ଜାଣନ୍ତୁ କାହିଁକି ?

622

କନକ ବ୍ୟୁରୋ : କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ମିଳିଲା ୫ କୋଟିର ଦୁଇଟି ଘଣ୍ଟା । ମୁମ୍ବାଇ ଏୟାରପୋର୍ଟରେ ଧରିଲା କଷ୍ଟମ ବିଭାଗ । ଟି-୨୦ ବିଶ୍ୱକପ୍ ଭାଗ ନେଇ ଦୁବାଇରୁ ମୁମ୍ବାଇ ଫେରୁଥିବା ବେଳେ ପାଣ୍ଡ୍ୟାଙ୍କୁ ଅଟକାଇଥିଲା କଷ୍ଟମ ବିଭାଗ । ତାଙ୍କ ପାଖରେ ଘଣ୍ଟାର ବିଲ୍ ନଥିବା ଅଭିଯୋଗ ହୋଇଛି । ପାଣ୍ଡ୍ୟା ଦୁଇଟି ଘଣ୍ଟାର ବିଲ୍ ଦେଖାଇ ପାରିନଥିଲେ ।

ତାଙ୍କୁ ଏହି ଘଣ୍ଟା ବିଷୟରେ ପଚରାଉଚରା କରାଯାଇଥିଲା । ହେଲେ ପାଣ୍ଡ୍ୟା ଏହାର ସନ୍ତୋଷଜନକ ଉତର ଦେଇପାରିନଥିଲେ । ଫଳରେ କଷ୍ଟମ ବିଭାଗ ଦୁଇଟି ଘଣ୍ଟାକୁ ଜବତ କରିଛି । ଏହା ସହ ଘଟଣାର ଯାଂଚ ଆରମ୍ଭ ହୋଇଛି । ଏହା ପୂର୍ବରୁ ୨୦୨୦ ନଭେମ୍ବରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ କ୍ରୁନାଲ ପାଣ୍ଡ୍ୟାଙ୍କ ନିକଟରୁ ଲଗଜରି ଘଣ୍ଟା ଜବତ ହୋଇଥିଲା ।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ତାଙ୍କ କହିବାନୁଯାୟୀ, ଘଣ୍ଟାର ମୂଲ୍ୟ ୧.୫କୋଟି । କିନ୍ତୁ ଏହା ୫କୋଟି ବୋଲି ମିଥ୍ୟା ପ୍ରଚାର କରାଯାଉଛି । ଘଟଣାର ସତ୍ୟାସତ୍ୟ ନେଇ ହେଉଥିବା ଯାଞ୍ଚ ପକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।