ସଫଳ ହେଲା ହାର୍ଦ୍ଦିକଙ୍କ ସର୍ଜରୀ ! ଭିଡିଓ ସେୟାର୍ କରି ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ । 

268

ଭାରତୀୟ କ୍ରିକେଟ୍ ଟିମ୍ ର ଅଲରାଉଣ୍ଡର ଖେଳାଳୀ ହାର୍ଦ୍ଦିକ ପାଣ୍ଡ୍ୟା ଲଣ୍ଡନରେ ପିଠିର ସଫଳ ସର୍ଜରୀ ପରେ ଏବେ ଚଲାବୁଲା କରିପାରୁଛନ୍ତି । ୨୫ ବର୍ଷୀୟ ଏହି ଖେଳାଳୀ ଟ୍ୱିଟରରେ ନିଜ ବର୍ତ୍ତମାନ ସ୍ଥିତିର ଅବସ୍ଥା ସେୟାର୍ କରିଛନ୍ତି । ମଙ୍ଗଳବାର ରାତିରେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡିଓ ସେୟାର୍ କରିଥିଲେ , ଯେଉଁଥିରେ ସେ ହସ୍ପିଟାଲ୍ ବେଡରୁ ଉଠି ଧିରେଧିରେ ଚାଲୁଥିବା ଦେଖାଯାଉଛନ୍ତି ଏବଂ ଏହାପରେ ହ୍ୱିଲ୍ ଚେୟାରରେ ବସୁଥିବା ନଜର ଆସୁଛନ୍ତି । ଫିଜିଓଥେରାପିଷ୍ଟ ଯୋଗେଶ୍ ପରମାର୍ ତାଙ୍କ ସହ ଲଣ୍ଡନରେ ନଜର ଆସୁଛନ୍ତି ।

ଉତ୍ସାହିତ କରିଥିବାରୁ ସେ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଦେଇଛନ୍ତି । ଏହାପୂର୍ବରୁ ଶନିବାର ସର୍ଜରୀ ସଫଳ ଥିବା ନେଇ ସେ ସୂଚନା ଜଣାଇଥିଲେ । ସେ କହିଥିଲେ ମୁଁ ଶୀଘ୍ର ଫେରିବି ସେତେବେଳ ପର୍ଯ୍ୟନ୍ତ ମୋତେ ମନେ ପକାଉଥାନ୍ତୁ ।