ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମହଙ୍ଗା ଘଂଟା । ୫କୋଟିର ଘଂଟା ପିନ୍ଧି ସୋସିଆଲ ମିଡିଆରେ ଫଟୋ ସେୟାର କଲେ କ୍ରିକେଟ ତାରକା 

746

କନକ ବ୍ୟୁରୋ: ଚର୍ଚ୍ଚାରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟି ଟଙ୍କିଆ ଘଂଟା  । ୨୭ ବର୍ଷିୟ ଏହି ଅଲରାଉଣ୍ଡର କ୍ରିକେଟରଙ୍କର ଘଂଟା ପିନ୍ଧିବା ଖୁବ୍ ପସନ୍ଦ । ତାଙ୍କ ପାଖରେ ରହିଛି ଭଳିକି ଭଳି ଦାମି ଘଂଟା  । ନିକଟରେ ପାଣ୍ଡ୍ୟା ତଙ୍କର ଏକ ଘଂଟାର ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି । ଯାହାର ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପାଣ୍ଡ୍ୟା ତାଙ୍କ ଇଷ୍ଟାଗ୍ରାମ ଆକାଉଂଟରେ ଏହି ଘଂଟାର ଫଟୋ ଶେୟାର କରିଛନ୍ତି ।

ସୁଚନା ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଆଇପିଏଲ-୧୪ ସଂସ୍କରଣରେ ଭାଗ ନେବା ପାଇଁ ୟୁଏଇରେ ଅଛନ୍ତି । ସେଠାରେ ତାଙ୍କର ଏହି ନୂଆ ଘଂଟାର ଝଲକ ଦେଖାଇଛନ୍ତି । ପାଣ୍ଡ୍ୟାଙ୍କର ଏହି ଘଂଟାଟି ପତେକ ଫିଲିପ ନଉତୁଲସ ପ୍ଲାଟିନମର ୫୭୧୧ ବ୍ରାଣ୍ଡର ବୋଲି ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ପାଣ୍ଡ୍ୟାଙ୍କର ଏହି ଘଂଟାର ଦାମ୍ ୫କୋଟି ଟଙ୍କା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏହି ଘଂଟାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।