କନକ ବ୍ୟୁରୋ : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ପୁଣି କମାଲ୍ କଲା ଗୁଜରାଟ ଟାଇଟନ୍ସ । ଚତୁର୍ଥ ବିଜୟ ସହ ପଏଣ୍ଟ ଟେବୁଲର ଟପକୁ ଉଠିଲା ଗୁଜରାଟ । ଗତକାଲି ଆଇପିଏଲର ୨୪ତମ ମ୍ୟାଚରେ ୩୭ ରନରେ ରାଜସ୍ଥାନ ରୟାଲ୍ସକୁ ହରାଇଲା ଗୁଜରାଟ ଟାଇଟନ୍ସ । ଚଳିତ ସଂସ୍କରଣରେ ଗୁଜରାଟର ଏହା ପଞ୍ଚମ ମ୍ୟାଚରେ ଚତୁର୍ଥ ବିଜୟ । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ୱିକେଟ୍ ୧୯୨ ରନ୍ ହରାଇ କରିଥିଲା ।

କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଜବରଦସ୍ତ ଜାରି ରଖି ୮୭ ରନର ଇନିଂସ୍ ଖେଳିଛନ୍ତି । ଅଭିନବ ମନୋହର ୪୩ ଓ ଡେଭିଲ୍ ମିଲର୍ ୩୧ ରନର ଯୋଗଦାନ କରିଥିଲେ । ୧୯୩ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ରାଜସ୍ଥାନ ୧୫୫ ରନ୍ କରିଥିଲା । ରାଜସ୍ଥାନ ପକ୍ଷରୁ ଜୋସ୍ ବଟଲର ସର୍ବାଧିକ ୫୪ ରନ୍ କରିଥିଲେ । ଶିମରନ୍ ହେଟମେୟର୍ ୨୯, ରିୟାନ୍ ପରାଗ ୧୮ ଓ ଜେମ୍ସ ନିଶାମ ୧୭ ରନ୍ କରିଥିଲେ । ଗୁଜରାଟର ୟଶ ଦୟାଲ ଓ ଲକି ଫର୍ଗୁସନ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ ।