ନୂଆବର୍ଷରେ ଗର୍ଲଫ୍ରେଣ୍ଡ ନତାଶାଙ୍କୁ ହୀରା ମୁଦି ଦେଇ ପ୍ରପୋଜ କଲେ ହାର୍ଦ୍ଦିକ ପାଣ୍ଡ୍ୟା । ସୋସିଆଲ ମିଡିଆରେ ସେୟାର କଲେ ଫଟୋ ।

1,693

ନୂଆ ବର୍ଷରେ ନିଜ ପ୍ରଶଂସକଙ୍କୁ ଏକ ବଡ ଉପହାର ଦେଇଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା । ନିଜ ପାଇଁ ଜୀବନସାଥି ବାଛିଥିବା ଖବର ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କ ସହ ସେୟାର କରିଛନ୍ତି ହାର୍ଦ୍ଦିକ । ଅଭିନେତ୍ରୀ ନତାଶା ଷ୍ଟାଙ୍କୋବିକଙ୍କୁ ହୀରାର ମୁଦି ପିନ୍ଧାଇ ବେଶ ରୋମାଣ୍ଟିକ ଶୈଳୀରେ ବିବାହ ପାଇଁ ପ୍ରପୋଜ କରିଥିଲେ ହାର୍ଦ୍ଦିକ । ଏହି ସମୟର କିଛି ଫଟୋ ଓ ଭିଡିଓକୁ ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି ହାର୍ଦ୍ଦିକ ।

ଏହାସହ ନିଜ ପୋଷ୍ଟରେ ହିନ୍ଦୀ ଗୀତ ‘ତୁ ମେରି.. ମେଁ ତେରା.. ଜାନେ ସାରା ହିନ୍ଦୁସ୍ତାନ..’ ଲେଖି ଫଟୋଗୁଡିକୁ ସେୟାର କରିଛନ୍ତି ହାର୍ଦ୍ଦିକ । ବେଶ କିଛି ଦିନ ଧରି ହାର୍ଦ୍ଦିକ ଓ ନତାଶାଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ, ନୂଆ ବର୍ଷରେ ଦୁହେଁ ଏନଗେଜ୍ ହୋଇ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ।

ଦୁହେଁ ଦୁବାଇରେ ଛୁଟି ମନାଇବାକୁ ଯାଇଥିବାବେଳେ, ସେଠାରେ ବେଶ ରୋମାଣ୍ଟିକ ଅନ୍ଦାଜରେ ଗର୍ଲଫ୍ରେଣ୍ଡ ନତାଶାଙ୍କୁ ବିବାହ ପାଇଁ ଆବେଦନ କରିଥିଲେ ହାର୍ଦ୍ଦିକ । ଏକ ବୋଟରେ ଯାତ୍ରା କରୁଥିବା ବେଳେ ନତାଶାଙ୍କୁ ପ୍ରପୋଜ କରିଥିଲେ ହାର୍ଦ୍ଦିକ ।

ନତାଶାଙ୍କୁ ଶେଷଥର ପାଇଁ ବଲିଉଡ ଫିଲ୍ମ ଦ ବଡିର ଏକ ଗୀତରେ ଦେଖିବାକୁ ମିଳିଥିଲା । ଇମରାନ ହାସମୀ ଓ ଋଷି କପୁରଙ୍କ ଏହି ଗୀତରେ ନଜର ଆସିଥିଲେ ନତାଶା । ଏହାପୂର୍ବରୁ ନିଜର ପୂର୍ବତନ ବୟଫ୍ରେଣ୍ଡ ଏଲ ଗୋନିଙ୍କ ସହ ନାଚ ବଲିୟେ କାର୍ଯ୍ୟକ୍ରମରେ ଭାଗ ନେଇ ଫାଇନାଲ ପର୍ଯ୍ୟନ୍ତ ଯାଇଥିଲେ ନତାଶା ।