ଦକ୍ଷିଣ ଆଫ୍ରିକା ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଝଟକା: ବିଶ୍ରାମ ନେଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା

339

କନକ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା ଲାଗିଛି । ପିଟିଆଇ ସୂଚନା ଅନୁସାରେ ଆହତ ଯୋଗୁଁ ଦିପକ ହୁଡ୍ଡା ଓ ମହମ୍ମଦ ସାମି ସିରିଜରୁ ବାଦ ପଡିଛନ୍ତି । ଏହାସହ ଏବେ ଏହି ସିରିଜରୁ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି । ଏହି ୩ ଖେଳାଳିଙ୍କ ଅନୁପସ୍ଥିତି ଦଳକୁ ବଡ କ୍ଷତି ପହଞ୍ଚାଇ ପାରେ ।

ପିଟିଆଇ ସୂଚନା ଅନୁସାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜାଗାରେ ସ୍ପିନ ଅଲରାଉଣ୍ଡର ସହବାଜ ଅହମ୍ମଦଙ୍କୁ ଜାଗା ମିଳିଛି । ସେହିପରି ଦିପକ ହୁଡ୍ଡାଙ୍କ ସ୍ଥାନରେ ଶ୍ରେୟାସ ଆୟର ଓ ମହମ୍ମଦ ସାମୀଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ସ୍ଥାନ ମିଳିଛି । ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଜିତିବା ପରେ ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତ ହୋଇ ସାରିଛି ।