ସଫଳତାର ଶିଢ଼ି ଚଢ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦଖଲ କଲେ ଆଇସିସିର ଟି-୨୦ ଅଲରାଉଣ୍ଡର ରାଙ୍କିଂରେ ଏକ ନମ୍ବର ସ୍ଥାନ

Advertisment
ସଫଳତାର ଶିଢ଼ି ଚଢ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦଖଲ କଲେ ଆଇସିସିର ଟି-୨୦ ଅଲରାଉଣ୍ଡର ରାଙ୍କିଂରେ ଏକ ନମ୍ବର ସ୍ଥାନ

କନକ ବ୍ୟୁରୋ: ଟିମ୍ ଇଣ୍ଡିଆ ବାର୍ବାଡୋସରେ ଇତିହାସ ରହି ଟି-୨୦ ବିଶ୍ବକପ୍ ବିଜୟୀ ହେବା ପରେ ଏବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଓ ଉତ୍ସାହ ଭରିଯାଇଛି। ଏହାଭିତରେ ଆଉ ଏକ ଭଲ ଖବର ଅସିଛି। ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆଇସିସି ଟି-୨୦ ରାଙ୍କର ଏକ ନମ୍ବର ସ୍ଥାନରେ ପହଂଚିଛନ୍ତି। ଏହି ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ କ୍ରିକେଟର।

ଏକାଧିକ ବାର ହାର୍ଦ୍ଦିକ ପାଣ୍ଡ୍ୟା ବିବାଦ ଘେରରେ ଫସିଛନ୍ତି। ହେଲେ ସେ ଯେତେବେଳେ ପଡ଼ିଆକୁ ଓହ୍ଲାନ୍ତି, ବ୍ୟାଟିଂ ହେଉକି ବୋଲିଂ, ଅବା ଫିଲ୍ଡିଂ ଚମତ୍କାର ପ୍ରଦର୍ଶନ କରନ୍ତି। ଟି-୨୦ ବିଶ୍ବକପରେ ସେ ପୁଣିଥରେ ଏହା ପ୍ରମାଣିତ କରିଥିଲେ। ଫାଇନାଲ ମ୍ୟାଚର ଫାଇନାଲ ଓଭର ହାର୍ଦିକ ପାଣ୍ଡ୍ୟା ହିଁ ବୋଲିଂ କରିଥିଲେ। ଏହି ଓଭରର ପରିଣାମ ଉପରେ ସାରା ଦେଶର ନଜର ରହିଥିଲା। ଆଉ ଦେଶବାସୀଙ୍କୁ ନିରାଶ କରିନଥିଲେ ହାର୍ଦ୍ଦିକ, ବରଂ ମାପଚୁପ ବୋଲିଂ ଜରିଆରେ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ବାନ୍ଧିରଖିଥିଲେ, ଆଉ ଭାରତରକୁ ବିଜୟର ଟିକା ପିନ୍ଧାଇଥିଲେ। ହାର୍ଦ୍ଦିକ ନିଜ ବୋଲିଂରେ ଦୁଇ ଦୁର୍ଦ୍ଦାନ୍ତ ବ୍ୟାଟର ହେନରିକ୍ କ୍ଲାସେନ ଓ ଡାଭିଡ ମିଲରଙ୍କ ୱିକେଟ ହାସଲ କରିଥିଲେ।

ନିଜ ଟାଟୁ, ହେରଷ୍ଟାଇଲ ପାଇଁ କେତେବେଳେ ଚର୍ଚ୍ଚାରେ ରହିଛନ୍ତି। ପୁଣି କେତେବେଳେ ନିଜ ଦମଦାର ଖେଳ ଜରିଆରେ ଏକ ନମ୍ବର ଅଲରାଉଣ୍ଡର ପାଲଟିଛନ୍ତି। ସବୁପରେ ବି ଭାରତୀୟ କ୍ରିକେଟପ୍ରେମୀଙ୍କର ସେ ପସନ୍ଦ ରହିଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe