କନକ ବ୍ୟୁରୋ : ଯେଉଁ ଖବର ବେଶ କିଛି ଦିନ ହେବ ସୋସିଆଲ ମିଡିଆରେ ଘୁରିବୁଲୁଥିଲା ସେକଥା ଏବେ ସତ ହୋଇଛି । ପରସ୍ପରଠୁ ଅଲଗା ହୋଇଛନ୍ତି କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ନତାଶା ଷ୍ଟେନକୋଭିକ । ଉଭୟ ସୋସିଆଲ ମିଡିଆ ପୋଷ୍ଟ କରି ବ୍ୟକ୍ତିଗତ ଜୀବନର ଏହି ବଡ ଘୋଷଣା କରିଛନ୍ତି । ୪ବର୍ଷର ସର୍ମ୍ପକ ଶେଷ ହେବା ପରେ ମିଳିତଭାବେ ପୁଅ ଅଗସ୍ତ୍ୟ ଲାଳନପାଳନ କରିବେ ବୋଲି କହିଛନ୍ତି । ଏଥିସହ ବୁଝାମଣା ଭିତରେ ଏମାନେ ପରସ୍ପରଠୁ ଅଲଗା ହୋଇଥିବା ସ୍ପଷ୍ଟ କରିଛନ୍ତି ।
ବିବାହ ବିଚ୍ଛେଦ ପରେ ପୁଅ ଅଗସ୍ତ୍ୟକୁ ନେଇ ନତାଶା ସବୁଦିନ ପାଇଁ ଭାରତ ଛାଡିଥିବା କୁହାଯାଇଛି । ମୁମ୍ବାଇ ବିମାନବନ୍ଦରର ଏହି ଭିଡିଓ ଭାରତ ଛାଡିବା ସମୟର ବୋଲି କୁହାଯାଉଛି । ସେଲିବ୍ରେଟି ଯୋଡିଙ୍କ ପ୍ରେମ ସର୍ମ୍ପକ ୫ବର୍ଷ ପୁରୁଣା । ନାଇଟ କ୍ଲବରୁ ଦେଖା ପରେ ଜୀବନସାଥୀ ହୋଇଥିଲେ । ୨୦୨୦ ସମୟରେ ହଠାତ ସୋସିଆଲ ମିଡିଆରେ ହଠାତ ଏକ ଭିଡିଓ ବେଶ ଭାଇରାଲ ହୋଇଥିଲା । ଯେଉଁ ସମୟରେ ନତାଶାଙ୍କୁ ହାର୍ଦ୍ଦିକଙ୍କ ପ୍ରପୋଜ ଭିଡିଓ ଭାଇରାଲ ହୋଇଥିଲା । କିଛି ଦିନ ପରେ କୋର୍ଟ ମ୍ୟାରେଜ ଓ ମା’ ହେବା ଘୋଷଣା କରିଥିଲେ ନତାଶା । ପରେ ହିନ୍ଦୁ ଓ କ୍ୟାଥଲିକ ରୀତିନିତି ସହ ୩ଥର ବିବାହ କରିଥିଲେ ଉଭୟ ଚର୍ଚ୍ଚାରେ ରହିଥିଲେ ।
ସେପଟେ ପୋଷ୍ଟ କରି ହାର୍ଦ୍ଦିକଙ୍କ ପ୍ରଶଂସକଙ୍କ ତାଙ୍କ ସହ ଛିଡା ହୋଇଥିବା କହିଛନ୍ତି । ବର୍ଷ ଆରମ୍ଭରୁ ହିଁ ହାର୍ଦ୍ଦିକଙ୍କୁ କ୍ୟାରିୟରରେ ଗୋଟିଏ ପରେ ପରେ ଝଟକା ପାଇଥିଲେ । କ୍ୟାରିୟର ଓ ବ୍ୟକ୍ତଗତ ଜୀବନର ଡଙ୍ଗା ଟଳମଟଳ ଏହା ଭିତରେ ବିବାହ ବିଚ୍ଛେଦ ହାର୍ଦ୍ଦିକଙ୍କ ପାଇଁ ନିଶ୍ଚିତଭାବେ ବଡ ଝଟକା । କ୍ରିକେଟ ଦୁନିଆରେ ହାର୍ଦ୍ଦିକ ଜଣେ ଷ୍ଟାର କ୍ରିକେଟର ହୋଇଥିବାବେଳେ ନତାଶା ଜଣେ ମଡେଲ, ଅଭିନେତ୍ରୀ । ମୁମ୍ବାଇ ପହଁଚିବାପରେ ଅନେକ ରିୟଲିଟି ଶୋ, ବଲିଉଡ ଫିଲ୍ମରେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ବନାଇଥିଲେ । ତେବେ ଏମାନଙ୍କ ବିଚ୍ଛେଦ ଉଭୟ କ୍ରିକେଟ ଓ ଗ୍ଲାମର ଲେନର ଅନ୍ୟତମ ଚର୍ଚ୍ଚିତ ଖବର ପାଲଟିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/07/7-18.jpg)