୨୦ ଲକ୍ଷ ଲେଖାଏଁ ଜରିମାନା ଦେବେ କେଏଲ ରାହୁଲ-ହାର୍ଦ୍ଦିକ ପାଣ୍ଡ୍ୟା! ବିଶ୍ୱକପ୍ ଖେଳିବା ପୂର୍ବରୁ ବିସିସିଆଇ ଶୁଣାଇଲା ଚରମ ନିଷ୍ପତି । ଜାଣନ୍ତୁ କାହିଁକି

Advertisment
୨୦ ଲକ୍ଷ ଲେଖାଏଁ ଜରିମାନା ଦେବେ କେଏଲ ରାହୁଲ-ହାର୍ଦ୍ଦିକ ପାଣ୍ଡ୍ୟା! ବିଶ୍ୱକପ୍ ଖେଳିବା ପୂର୍ବରୁ ବିସିସିଆଇ ଶୁଣାଇଲା ଚରମ ନିଷ୍ପତି । ଜାଣନ୍ତୁ କାହିଁକି

କନକ ବ୍ୟୁରୋ: ନିକଟରେ ଏକ ସାକ୍ଷାତକାର କାର୍ଯ୍ୟକ୍ରମରେ ମହିଳାଙ୍କୁ ନେଇ ବିବାଦୀୟ ବୟାନ ଦେଇ ଫସିଥିବା ଭାରତୀୟ କ୍ରିକେଟ୍ ଦଳର ଦୁଇ ପ୍ରମୁଖ ଖେଳାଳୀ ତଥା ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ ରାହୁଲଙ୍କୁ ନେଇ ବଡ ନିଷ୍ପତି ଶୁଣାଇଛି ବିସିସିଆଇ । ବିସିସିଆଇର ଲୋକପାଳ ଯାଂଚ ପରେ କେଏଲ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ୨୦-୨୦ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଲାଗୁ କରାଯାଇଛି ।

ସୂଚନା ମୁତାବକ, ସହିଦ ହୋଇଥିବା ଅର୍ଦ୍ଧସୈନିକ ବଳର ୧୦ ଜଣ ଯବାନଙ୍କ ବିଧବା ପତ୍ନୀଙ୍କୁ ୧-୧ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିିସିସିଆଇର ଲୋକପାଳ । ବ୍ଲାଇଣ୍ଡ କ୍ରିକେଟର ପ୍ରମୋସନ ପାଇଁ ଗଠନ ହୋଇଥିବା ଫଣ୍ଡକୂୁ ୧୦-୧୦ ଲକ୍ଷ ଟଙ୍କା ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି । ଯଦି ଏଥିରେ ଉଭୟ ପାଣ୍ଡ୍ୟା ଓ ରାହୁଲ ବିଳମ୍ବ କରନ୍ତି ତେବେ ସେମାନଙ୍କ ମ୍ୟାଚ ଫିସରୁ ଅର୍ଥରାଶି କାଟ କରାଯିବ ବୋଲି ବିିସିସିଆଇ କହିଛି ।

publive-image

ଏଠାରେ ଆମେ କହି ରଖୁଛୁ କି, କଫି ଓ୍ଵିଥ କରଣ ସୋରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ ନିଜ ଜୀବନ ସହିତ ଜଡ଼ିତ କିଛି ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ଏହି ସମମୟରେ ପାଣ୍ଡ୍ୟା ରିଲେସନସିପ, ଡେଟିଂ ଓ ମହିଳାଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ। ମହିଳାଙ୍କ ବିରୋଧରେ ଏମିତି ମନ୍ତବ୍ୟ ଶୁଣିବା ପରେ ପାଣ୍ଡ୍ୟାଙ୍କ ସହିତ ଉକ୍ତ ସୋରେ ଭାଗ ନେଇଥିବା ରାହୁଲଙ୍କୁ ମଧ୍ୟ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏବେ ଉଭୟ ଖେଳାଳି ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ଖେଳାଯାଉଥିବା ପ୍ରଥମ ଦିନିକିଆରୁ ବାସନ୍ଦ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe