ଆଇଏଏସ ଭିନିଲି କ୍ରିଷ୍ଣା ଅପହରଣ ମାମଲାର ମାଷ୍ଟର ମାଇଣ୍ଡ କଲା ଆତ୍ମସମର୍ପଣ : ଆନ୍ଧ୍ର ପୁଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲା ଟପ ମାଓ ନେତା କ୍ରିଷ୍ଣା 

ମୁଣ୍ଡରେ ଥିଲା ୨୦ଲକ୍ଷ ଟଙ୍କାର ପୁରସ୍କାର; ୩୮ ଯବାନଙ୍କ ମୃତ୍ୟୁ ଏବଂ ଅସ୍ତ୍ରାଗାର ଲୁଟ ମାମଲାରେ ଥିଲା ସଂପୃକ୍ତ 

132

କନକ ବ୍ୟୁରୋ : ଆତ୍ମସମର୍ପଣ କଲା ଟପ ମାଓନେତା କ୍ରିଷ୍ଣା ଓରଫ ଏମ୍. ଜଳନ୍ଦର ରେଡ୍ଡୀ । ଭିନିଲ କ୍ରିଷ୍ଣାଙ୍କ ଅପହରଣର ମୁଖ୍ୟ କାର୍ପଟଦାର ଥିଲା କ୍ରିଷ୍ଣା । ଜନ୍ତୁରାଇ ଠାରେ ଏକ କଲଭର୍ଟ ନିକଟରୁ ଗନ୍ ପଏନ୍ଟ ରେ ଭିନିଲ କ୍ରିଷ୍ଣାଙ୍କୁ ଆଖିରେ କଳା ପଟ୍ଟି ବନ୍ଧି ତାଙ୍କୁ ଅପହରଣ କରି ନେଇଥିଲା କ୍ରିଷ୍ଣା । ଆଉ ମୁକ୍ତି ସମୟରେ ଆୟୋଜିତ ପ୍ରଜାକୋର୍ଟରେ ମଧ୍ୟ ମୁଖ୍ୟ ଭୁମିକା ନିଭେଇ ଥିଲା କ୍ରିଷ୍ଣା ।

ସେହିପରି ୨୦୦୮ ବାଲିମେଳା ଜଳଭଣ୍ଡାରସ୍ଥିତ ଆଲମପକା ଲଂଚ ଉପରେ ଆକ୍ରମଣ ଓ ୩୮ ଗ୍ରେହାଉଣ୍ଡ ଯବାନଙ୍କ ହତ୍ୟା ମାମଲାରେ ମୁଖ୍ୟ ଭିମିକା ତୁଲାଇ ଥିଲା ଏହି ମାଓନେତା । ୨୦୦୪ କୋରାପୁଟ ଅସ୍ତ୍ରାଗାର ଲୁଟ ମାମଲାରେ ମଧ୍ୟ ସମ୍ପୃକ୍ତ ଥିବା ସହ ଆନ୍ଧ୍ରରେ ମଧ୍ୟ ବହୁ ବଡ ହିଂସା କାଣ୍ଡ ଘଟାଇଥିବା ଅଭିଯୋଗ ରହିଛି । ତେବେ ମାଓ ନୀତି ଆଦର୍ଶରୁ ବିମୁଖ ହେବା ସହ ସ୍ୱାଭିମାନ ଅଂଚଳରେ ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗଁ ଗତକାଲି ଆନ୍ଧ୍ରପ୍ରଦେଶ ଅମରାବତିଠାରେ ପୁଲିସ ଡିଜିପି ଡିଜି ସାଓଙ୍ଗଙ୍କ ନିକଟରେ ଆତ୍ମସମର୍ପଣ କରିଛି କ୍ରିଷ୍ଣା ।

ତେଲେଙ୍ଗାନା ସିଦ୍ଧିପେଟ ନିବାସି କ୍ରିଷ୍ଣା ଗତ ୧୯୯୮ ମସିହାରେ ମାଓ ସଙ୍ଗଠନରେ ଯୋଗ ଦେଇଥିବା ବେଳେ ସେ ଆନ୍ଧ୍ର- ଓଡିଶା ବର୍ଡର ସ୍ପେଶାଲ ଯୋନାଲ କମିଟିର ସଦସ୍ୟ ସହ ଏମ୍.କେ.ଭି ଡିଭିଜନର ସମ୍ପାଦକ ଭାବେ ସକ୍ରୀୟ ଥିଲା । ବିଶେଷ କରି ସ୍ୱାଭିମାନ ଅଂଚଳ ରେ ବର୍ଷ ବର୍ଷ ଧରି ଅପରେଟ କରୁ ଥିଲା କ୍ରିଷ୍ଣା । ତା ନାଁରେ ୨୦ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା ।