କନକ ବ୍ୟୁରୋ: ଆଉ ସହି ହେଲାନି । ନକ୍ସଲଙ୍କ ନିର୍ଯାତନା ଅସହ୍ୟ ହେବା ପରେ ଲାଲଗଡ ଛାଡିଲେ ମହିଳା ନକ୍ସଲ । ନକ୍ସଲ ସଂଗଠନର ନିର୍ଯାତନା ଏତେ ବଢିଗଲା ଯେ ସେଥିରେ ଅତିଷ୍ଠ ହୋଇ ଲାଲବାହିନୀକୁ ଛି କରି ଶେଷରେ ପୋଲିସ ପାଖରେ ଆତ୍ମସମର୍ପଣ କଲେ ହାଡକୋର ମହିଳା ମାଓବାଦୀ ପାର୍ବତୀ ଓରଫ ରିଙ୍କି ।
ତେବେ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ନିର୍ୟାତନାର ଶିକାର ହେବା ପରେ ରାୟଗଡ଼ା ଏସପିଙ୍କ ନିକଟରେ ନିଜ ଦୁଇ ମାସର ଶିଶୁକନ୍ୟାକୁ ଧରି ଆତ୍ମସମର୍ପଣ କରିଛନ୍ତି ରିଙ୍କି । ଛତିଶଗଡ଼ ବିଜାପୁର ଜିଲ୍ଲା ମାରଥୁ ଥାନା ଅନ୍ତର୍ଗତ ୱାଖାମ୍ ଗାଁର ରିଙ୍କି ଗର୍ଭବତୀ ହେବା ପରେ ତାଙ୍କୁ ନକ୍ସଲମାନେ ଏକାକୀ ଜଙ୍ଗଲ ଭିତରେ ଛାଡ଼ି ଦେଇଥିଲେ। ଆଉ ତାପରେ ସେ ନକ୍ସଲ କ୍ୟାମ୍ପ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ ।
Hardcore lady maoist surrenders before Rayagada Police.
Today (7/11/19), one lady maoist namely Parvati@Rinki, Vill-Wacham,GP/PS-Marthu, Dist-Bijapur, Chattisgarh surrendered before SP Rayagada Dr.Saravana Vivek M, IPS..@BijayKumarShar7@DGPOdisha@digswrkoraput@odisha_policepic.twitter.com/aBkVk7pOnJ
— SP Rayagada (@sprayagada) November 7, 2019
ସିପିଆଇ ମାଓବାଦୀ ବାଂଶଧରା-ଘୁମୁସର-ନାଗାବଳୀ ଡିଭିଜନ ଇନ୍ଦ୍ରାବତୀ ଓ ଘୁମୁସର ସଦସ୍ୟା ଥିଲେ ରିଙ୍କି। ସେ ରାୟଗଡ଼ା ଜିଲ୍ଲା କଡ୍ରାବଣ୍ଡଲୀ ଗୁଳିକାଣ୍ଡ, ଧାମପଙ୍ଗା ଗୁଳିକାଣ୍ଡ, ଜାରପା ନିକଟରେ ଏସଓଜି ଟିମ୍ ଉପରେ ଆକ୍ରମଣ, କଳାହାଣ୍ଡି ଜିଲ୍ଲାରେ ଠିକାଦାର ରାଜେନ୍ଦ୍ର ସାହୁ ହତ୍ୟା, ବହୁପଦର ଗାଁର ଭୀମା ଦୋରା ହତ୍ୟାକାଣ୍ଡ, ଝିମିରୀ ଜଙ୍ଗଲରେ ଗୁଳି ବିନିମୟ ଆଦି ଘଟଣାରେ ସଂପୃକ୍ତ ଥିଲେ। ଏଥିସହ ତାଙ୍କ ସ୍ୱାମୀ ରାଜା ନକ୍ସଲ ସଙ୍ଗଠନ ବିଜିଏନ୍ ଦଳମର ଏସିଏମ ଅଛନ୍ତି ବୋଲି ରାୟଗଡ଼ା ଏସପି ସୂଚନା ଦେଇଛନ୍ତି। ତେବେ ଆତ୍ମସମର୍ପଣ ପୂର୍ବରୁ ହାର୍ଡକୋର ମାଓବାଦୀ ରିଙ୍କଙ୍କ ନାମରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା।
ନକ୍ସଲ ଶିବିରରେ ପୁରୁଷ କ୍ୟାଡରଙ୍କ ଅପେକ୍ଷା ମହିଳାମାନଙ୍କୁ ନିର୍ଯାତନା ଦିଆଯାଏ । ଉଭୟ ମାନସିକ ଓ ଶାଶୀରିକ ନିର୍ଯାତନା ଦିଆଯାଉଥିବାର ବାଧ୍ୟହୋଇ ରିଙ୍କି ଆତ୍ମସମର୍ପଣ କରିଛନ୍ତି । ତେବେ ରିଙ୍କିଙ୍କ ଏ ନିଷ୍ପତ୍ତିକୁ ଏସପି ସ୍ୱାଗତ କରିବା ସହ ଉଭୟ ମାଆ ଓ ଛୁଆଙ୍କୁ ସମସ୍ତ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।