କନକ ବ୍ୟୁରୋ : କୋରାପୁଟ ପୁଲିସକୁ ବଡ଼ ସଫଳତା । ହାଡର୍କୋର ମହିଳା ମାଓବାଦୀ ରାମେ ମାଡକାମୀ କୋରାପୁଟ ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସେ କୋରାପୁଟ ଓ ମାଲାକାନଗିରି ଅଂଚଳରେ ବିଭିନ୍ନ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିଲେ । ମାଡ଼କାମୀ ଜୀବନ୍ତ କି ମୃତ୍ୟୁ ଅବସ୍ଥାରେ ଧରାଇଦେଲେ ୪ ଲକ୍ଷ ଟଙ୍କା ମିଳିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । କୋରାପୁଟ ଓ ମାଲାକାନଗିରର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ଥିଲା ।

Advertisment