କୁଖ୍ୟାତ ଅପରାଧିରୁ ବନିଲେ ଯୋଗ ଗୁରୁ: ହତ୍ୟା ଅଭିଯୋଗରେ ୪ ବର୍ଷ ଜେଲରେ ବିତାଇବା ପରେ ଏବେ ଲୋକଙ୍କୁ ଶିଖାଉଛନ୍ତି ଯୋଗ 

134

କନକ ବ୍ୟୁରୋ: ଦିନେ ଅପରାଧ ଜଗତର ଥିଲେ ବେତାଜ ବାଦଶାହା । ନାଁ ଶୁଣିଲେ ସବୁ ଭୟଭୀତ ହେଉଥିଲେ । ହେଲେ ଏବେ ଅପରାଧ ଜଗତରୁ ବାହାରି ଲୋକଙ୍କୁ ଦେଉଛନ୍ତି ଯୋଗ ଶିକ୍ଷା । ଆମେ କହୁଛୁ ବ୍ରହ୍ମପୁର ସହରର ଦୁର୍ଗା ଲାୟକ ଓରଫ କାଳିଆ ମୁନାଙ୍କ କଥା । ୨୦୦୫ ମସିହାରେ ଅପରାଧୀ ଜଗତରେ ସାମିଲ ହୋଇଥିଲେ କାଳିଆ ମୁନା । ୨୦୦୯ ମସିହାରେ ସେ ଏକ ହତ୍ୟା ମାମଲାରେ ଜେଲକୁ ଯାଇଥିଲେ ଓ  ୨୦୧୩ ମସିହାରେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ । ତେବେ ଜେଲରେ ୪ ବର୍ଷ ରହିବା ତାଙ୍କ ଜୀବନ  ଜୀବନଶୈଳୀକୁ ବଦଳାଇ ଦେଇଥିଲା । ଜେଲରେ ରହିବା ସମୟରେ ସେ ପାଠ ପଢିବା ସହ ପ୍ରତିଦିନ ଯୋଗ କରୁଥିଲେ ।

ଜେଲରୁ ମୁକୁଳିବା ପରେ କନ୍ୟା କୁମାରୀର ଏକ ଆଶ୍ରମରେ ଯୋଗ ତାଲିମ ନେଇଥିଲେ । ବର୍ଷେ ତାଲିମ ଓ ସେଠାରେ ଏ ଗ୍ରେଡ୍ ସାର୍ଟିଫିକେଟ ପାଇବା ପରେ ସେ ଜଣେ ଭଲ ଯୋଗ ତାଲିମ ଦାତା ମଧ୍ୟ ହୋଇଥିଲେ । ପରେ ସେ ବ୍ରହ୍ମପୁର ସହରର ଗାନ୍ଧି ନଗରଠାରେ ଥିବା ଯୋଗ ପ୍ରଶିକ୍ଷଣ ଶିବିରରେ ଲୋକଙ୍କୁ ଯୋଗ ଶିଖାଇବା ସହ ଓ ତାର ଉପକାର ବିଷୟରେ ଅବଗତ କରାଇଥିଲେ । ଲକଡ଼ାଉନ ସମୟରେ ମଧ୍ୟ ଅନଲାଇନରେ ପ୍ରଶିକ୍ଷଣ ଦେଉଥିଲେ । ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପରେ ଏବେ ସେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଅଛନ୍ତି । ନିଜ ଅଚଂଳର ସମସ୍ୟାକୁ ଦୂର କରିବା ଗରିବ ଲୋକଙ୍କୁ ମାଗଣାରେ ଯୋଗ ଶିକ୍ଷା ଦେଉଛନ୍ତି ।