କନକ ବ୍ୟୁରୋ : କୋଲକତା ଆରଜି କର ମେଡିକାଲ କଲେଜରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା ମାମଲାରେ ଏବେ ସାରା ଦେଶ ବିରୋଧ ପ୍ରଦର୍ଶନ କରୁଛି । ଏହି କ୍ରମରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ ଖେଳାଳୀ ତଥା ଆମ୍ ଆଦମୀ ପାର୍ଟି ସାଂସଦ ହରଭଜନ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି କ୍ଷୋଭ ପ୍ରକାଶ କରିଛନ୍ତି ।

Advertisment

ହରଭଜନ ସିଂ ମମତା ବାନାର୍ଜୀଙ୍କୁ ଲେଖିଥିବା ଚିଠିକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି କି, ମହିଳା ଡାକ୍ତରଙ୍କୁ ହତ୍ୟା କରିଥିବା ଅସଭ୍ୟ ବର୍ବରମାନଙ୍କ ପ୍ରତି ଦଣ୍ଡ ବିଧାନରେ ବିଳମ୍ବ ହେଉଛି । ଏହି ଘଟଣା ଆମ ସମସ୍ତଙ୍କ ଅନ୍ତରାତ୍ମାକୁ ଆଘାତ ଦେଇଛି । ଏହି କ୍ରମରେ ସେ ଦୋଷୀକୁ ତୁରନ୍ତ ଦଣ୍ଡ ଓ ମୃତ ମହିଳା ଡାକ୍ତରଙ୍କ ପରିବାରକୁ ନ୍ୟାୟ ଦେବା ଦାବିରେ ସେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ନିବେଦନ କରିଚନ୍ତି ।

ହରଭଜନ ସିଂ ଲେଖିଛନ୍ତି କି, ମହିଳା ସୁରକ୍ଷା ଓ ଗାରିମା ସହ ବୁଝାମଣା କରାଯାଇପାରିବ ନାହିଁ । ଏଭଳି ଜଘନ୍ୟ କାଣ୍ଡ ଘଟାଇ ଥିବା ଅପରାଧୀଙ୍କୁ ତୁରନ୍ତ କଠୋର ଦଣ୍ଡରେ ଦଣ୍ଡିତ କରାଯାଉ । ଯାହା କି ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ହୋଇପାରିବ । ଏଭଳି କରାଯାଇପାରିଲେ ଲୋକମାନଙ୍କର ଆମ ବ୍ୟବସ୍ଥା ପ୍ରତି ବିଶ୍ୱାସ ଅତୁଟ ରହିବ ।