ଗୌତମ ଗମ୍ଭୀରଙ୍କ ସମର୍ଥନରେ ବାହାରିଲେ ହରଭଜନ୍ ସିଂହ ଏବଂ ଭିଭିଏସ୍ ଲକ୍ଷ୍ମଣ ! କହିଲେ , ଗୌତମ ଏଭଳି ଟିପ୍ପଣୀ ସ୍ୱପ୍ନରେ ସୁଦ୍ଧା କରିପାରିବେ ନାହିଁ ।

703

ପୂର୍ବଦିଲ୍ଲୀରୁ ଆପ୍ କ୍ୟାଣ୍ଡିଡେଟ୍ ଆତିଶୀଙ୍କ ବିପକ୍ଷରେ ଲେଖାହୋଇଥିବା ବିବାଦୀୟ ବୟାନ ଉପରେ ଏବେ ରାଜନୀତି ସରଗରମ ହୋଇରହିଛି । ଏଥିମଧ୍ୟରେ କ୍ରିକେଟର୍ ହରଭଜନ୍ ସିଂହ ଏବଂ ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଆସିଯାଇଛନ୍ତି । ଗୌତମ ଗମ୍ଭୀରଙ୍କ ସମର୍ଥନରେ ଟ୍ୱିଟ୍ କରି ହରଭଜନ୍ ସିଂହ ଏବଂ ବିବିଏସ୍ ଲକ୍ଷ୍ମଣ କହିଛନ୍ତିି ଗୌତମ ନିର୍ବାଚନ ହାରିଗଲେ ବି କେବେ କୌଣସି ମହିଳା ପାଇଁ ଭୁଲ୍ ଟିପ୍ପଣୀ ଦେଇପାରିବେ ନାହିଁ । ଆପଣଙ୍କୁ କହିରଖୁଛୁ ଗୁରୁବାର ଏକ ପ୍ରେସ୍ କନଫ୍ରେନ୍ସରେ ଆତିଶୀ ଏବଂ ଦିଲ୍ଲ୍ୀର ଡେପୁଟି ସିଏମ୍ ମନୀଶ୍ ସିସୋଦିଆ କହିଥିଲେ ଦିଲ୍ଲୀରେ ଗୌତମ ଗମ୍ଭୀରଙ୍କ ତରଫରୁ ଏକ ଅଭଦ୍ର କାଗଜ ବଣ୍ଟାଯାଉଛି । ଯେଉଁଥିରେ ଆତିଶୀଙ୍କ ବିରୋଦ୍ଧରେ ଅଭଦ୍ର ଭାଷାର ଉଚ୍ଚାରଣ କରାଯାଇଛି ।

ଗୌତମ ଏହି ଅଭିଯୋଗ ଉପରେ କହିଛନ୍ତି ଯେ ଯଦି ଆମ୍ ଆଦମୀ ପାର୍ଟି ଏହା ପ୍ରମାଣ କରିଦେଉଛି ତେବେ ସେ ରାଜନୀତି ଛାଡିଦେବେ । ଏହି ସମ୍ପୁର୍ଣ୍ଣ ଘଟଣାକ୍ରମ ଉପରେ ହରଭଜନ ସିଂହଙ୍କ ଆଶ୍ଚର୍ଯ୍ୟ ହୋଇ କହିଛନ୍ତି ଗୌତମ ଗମ୍ଭୀରଙ୍କ ଉପରେ ଦିଆଯାଇଥିବା ବୟାନକୁ ନେଇ ମୁଁ ଖୁବ୍ ଆଶ୍ଚର୍ଯ୍ୟ । ମୁଁ ତାଙ୍କୁ ବ୍ୟକ୍ତିଗତ ଭାବରେ ଜାଣିଛି ସେ କେବେ ବି ଏଭଳି ଟିପ୍ପଣୀ କରିନଥିବେ । ସେ ମହିଳାଙ୍କ ବିରୋଦ୍ଧରେ କେବେ ବି ଏଭଳି ଅପଶବ୍ଦ କହିନଥିବେ । ସେହିପରି ଭିଭିଏସ୍ ଲକ୍ଷ୍ମଣ ମଧ୍ୟ ଗୌତମଙ୍କୁ ଦୁଇ ଶତକରୁ ଜାଣିଥିବା କଥା କହି କହିଛନ୍ତି ତାଙ୍କ ଚରିତ୍ର,ସଚ୍ଚୋଟତା ଏବଂ ମହିଳାଙ୍କୁ ନେଇ ତାଙ୍କର ଭାବନାକୁ ନେଇ ସେ ଗ୍ୟାରେଣ୍ଟୀ ଦେଇପାରିବେ ଯେ ଗୌତମ ଏଭଳି କେବେ ବି କରିନଥିବେ ।