ହରଭଜନଙ୍କୁ ଥଟ୍ଟା କଲେ ପାକିସ୍ତାନୀ ସାମ୍ବାଦିକା । ଟୁଇଟରରେ ଏମିତି କଥା ଲେଖିଲେ ଭଜି…

318

କନକ ବ୍ୟୁରୋ: ଯେବେଠୁ ବିଶ୍ୱକପରେ ଭାରତ, ପାକିସ୍ତାନଠାରୁ ପରାଜୟ ବରଣ କରିଛି ସେବେଠୁ ପ୍ରତିଦିନ ଏହି ଘଟଣାକୁ ନେଇ କିଛି ନା କିଛି ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହି ଘଟଣାରେ ଟିମ୍ ଇଣ୍ଡିଆର ଭେଟେରାନ୍ ସ୍ପିନର ହରଭଜନ ସିଂହ ଓ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିର ମୁହାଁମୁହିଁ ହେବା ପରେ , ଏହି ଘଟଣାରେ ଏବେ ପୁଣି ପୁଣି ବିବାଦ ଘେରକୁ ଆସିଛନ୍ତି ଜଣେ ପାକିସ୍ତାନୀ ସାମ୍ବାଦିକା ।

ଟୁଇଟରର ଜଣେ ପାକିସ୍ତାନୀ ସାମ୍ବାଦିକା ଓ ଟିମ୍ ଇଣ୍ଡିଆର ସ୍ପିନ ବୋଲର ହରଭଜନ ସିଂହ ହୋଇଛନ୍ତି ମୁହାଁମୁହିଁ । ପାକିସ୍ତାନଠାରୁ ଭାରତ ପରାଜୟ ବରଣ କରିବା ପରେ ଦୁହେଁ ଟୁଇଟରେ ଏକପ୍ରକାରର ଯୁଦ୍ଧ ଲଢିଛନ୍ତି । ତେବେ ଅସଲ କଥା ହେଉଛି, ଗତକାଲି ରାତିରେ ହରଭଜନ ସିଂହଙ୍କୁ ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିର ଟୁଇଟରେ ମଜା ଉଡାଇଥିଲେ । ଯାହାର ସିିଧା ସିଧା ଉତ୍ତର ରଖିଥିଲେ ଭଜି । ତେବେ ଏହି ଘଟଣା ପରେ ଏବେ ଜଣେ ପାକିସ୍ତାନୀ ସାମ୍ବାଦିକା ଏହି ଘଟଣାକୁ ନେଇ ଭଜିଙ୍କୁ ଟୁଇଟ୍ କରିଛନ୍ତି ।

ପାକିସ୍ତାନୀ ସାମ୍ବାଦିକା ଇକରା ନାସିର ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ହରଭଜନଙ୍କୁ ସେ ଟ୍ରୋଲ କରିଛନ୍ତି । ଏହି ଭିଡିଓରେ ସାହିଦ ଆଫ୍ରିଦି, ହରଭଜନଙ୍କୁ ୪ଟି ବଲରେ ୪ଟି ଛକା ମାରୁଥିବା ଦେଖିବାକୁ ମିଳୁଛି । ତେବେ ପାକିସ୍ତାନୀ ସାମ୍ବାଦିକାଙ୍କ ଦ୍ୱାରା ଟ୍ରୋଲ ହେବା ପରେ ଟୁଇଟରେ ଏହାର ଜବାବ ରଖିଛନ୍ତି ଭଜି ।

ପାକିସ୍ତାନୀ ସାମ୍ବାଦିକାଙ୍କ ଟୁଇଟକୁ ଟ୍ୟାଗ୍ କରି ହରଭଜନ ଆଉ ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ଆଫ୍ରିଦିଙ୍କୁ, ଜାହିର ଖାନ ଓ ହରଭଜନ ସିଂହ ଲମ୍ବା ଲମ୍ବା ଛକା ମାରୁଥିବା ଦେଖିବାକୁ ମିଳୁଛି । ଆଉ ଏହି ପୋଷ୍ଟରେ ହରଭଜନ ଲେଖିଛନ୍ତି – ତୁମର ରେଫରେନ୍ସ ପାଇଁ ଦେଲି ମୁର୍ଖ ସାମ୍ବାଦିକା । ହରଭଜନଙ୍କ ଏହି ପୋଷ୍ଟ ପରେ ଏବେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ ଯେ, ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତ, ପାକିସ୍ତାନଠାରୁ ପରାଜୟ ବରଣ କରିଛି । ଏହାକୁ ନେଇ ଗତକାଲି ପାକିସ୍ତାନୀ ଦ୍ରୁତ ବୋଲର ମହମ୍ମଦ ଆମିର, ହରଭଜନଙ୍କୁ ନେଇ ଥଟ୍ଟା କରିଥିଲେ । ତେବେ ଏହାପରେ ପାକିସ୍ତାନୀ ସାମ୍ବାଦିକ ମଧ୍ୟ ଏହି ଘଟଣାକୁ ନେଇ ହରଭଜନଙ୍କ ଥଟ୍ଟା ଉଡାଇବା ପରେ ଦୁହିଁଙ୍କୁ କଡା ଜବାବ ଦେଇଛନ୍ତି ଭଜି ।