Image Courtesy - gulfnews.com
କନକ ବ୍ୟୁରୋ : ଗତ ଶୁକ୍ରବାର ଭାରତୀୟ କ୍ରିକେଟ ଦଳର ସ୍ପିନର ହରଭଜନ ସିଂହଙ୍କ ବ୍ୟାଟ ଚୋରି ହୋଇଯିବା ପରେ ସେ ବିମାନ କମ୍ପାନି ଇଣ୍ଡିଗୋକୁ ନେଇ ଅସନ୍ତୋଷ ଥିବା କହିଛନ୍ତି । ହରଭଜନ ଟୁଇଟରରେ ଏହି ଘଟଣାକୁ ସାର୍ବଜନୀକ କରି କମ୍ପାନିକୁ ଶୀଘ୍ର ଏନେଇ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏହି ଟୁଇଟ ପରେ ଭଜ୍ଜି ଗୋଟିଏ ପରେ ଗୋଟିଏ ଏପରି ତିନିଟି ଟୁଇଟ କରି କମ୍ପାନିକୁ ନିଜ ବ୍ୟାଟ ସମ୍ପର୍କରେ ସୂଚନା ମାଗିଛନ୍ତି । କିନ୍ତୁ ୪୮ଘଣ୍ଟା ବିତି ଯାଇଥିଲେ ବି ତାଙ୍କ ବ୍ୟାଟ କେଉଁଠି ଅଛି ? କିଏ ଚୋରି କରିଛି ? ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ ।
ହରଭଜନ ବିମାନ କମ୍ପାନି ଇଣ୍ଡିଗୋକୁ ଟ୍ୟାଗ କରି ନିଜ ଟୁଇଟରେ ଲେଖିଛନ୍ତି, ‘ଗତକାଲି ମୁଁ ମୁମ୍ବାଇରୁ କୋୟମ୍ବଟୁର ପାଇଁ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ନମ୍ବର ୬ଇ ୬୩୧୩ରେ ଯାତ୍ରା କରୁଥିଲି । ଏହି ସମୟରେ ମୋର କିଟ୍ ବ୍ୟାଗ୍ରୁ ବ୍ୟାଟ ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲି । ମୋର ଦାବି ଏହି ଘଟଣାକୁ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇ ଅପରାଧୀକୁ ଧରାଯାଉ ।’
ଏହି ଟୁଇଟକୁ ହରଭଜନ ସିଂହ ସିଆଇଏସ୍ଏଫ୍ଙ୍କୁ ବି ଟ୍ୟାଗ୍ କରିଛନ୍ତି । ହରଭଜନଙ୍କ ଏହି ଟୁଇଟ ପରେ ଇଣ୍ଡିଗୋ ତୁରନ୍ତ ଟୁଇଟ କରି କହିଛି, ‘ଶ୍ରୀମାନ୍ ହରଭଜନ ସିଂହ ଏହା ଜାଣି ଦୁଃଖ ଲାଗିଲା । ଆମେ ଏହି ଘଟଣାର ଯାଞ୍ଚ କରି ତୁରନ୍ତ ଆପଣଙ୍କୁ ସମ୍ପର୍କ କରିବୁ ।’
ଏହାପରେ ହରଭଜନ ହାତ ଯୋଡ଼ିବାର ଦୁଇଟି ଇମୋଜି ଦେଇ ଲେଖିଛନ୍ତି , ‘ପ୍ଲିଜ୍ ଡୁ’ ।
ଏଯାବତ ଭଜ୍ଜିଙ୍କୁ ତାଙ୍କର ହଜି ଯାଇଥିବା ବ୍ୟାଟ ନେଇ କୌଣସି ସୂଚନା ନମିଳିବା ପରେ ସେ ଆଉ ଏକ ଟୁଇଟ କରି ଲେଖିଛନ୍ତି, ‘ମୋର କିଟ ବ୍ୟାଗ୍ରୁ ବ୍ୟାଟ୍ ହଜିଯିବା ପରେ ଆପଣଙ୍କ ପକ୍ଷରୁ ଏଯାବତ କୌଣସି ସୂଚନା ପାଇ ପାରିଲି ନାହିଁ। କ’ଣ ଆପଣ ଏହାକୁ ଗମ୍ଭୀରତା ସହ ନେଉ ନାହାନ୍ତି ? ନା ଅନ୍ୟ କିଛି କାରଣ ରହିଛି ?
Follow Us