କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରୀ ଥିବା ଧର୍ମପାଲ ସିଂ ନିଜର ବୟାନକୁ ଏବେ ଚର୍ଚ୍ଚାରେ । ଗୋମୂତ୍ରର ପ୍ରଂଶସା କରିବା ସହ ଧର୍ମପାଲ କହିଛନ୍ତି, ଗୋମୁତ୍ର ଛିଞ୍ଚିବା ଦ୍ୱାରା ଭୂତ-ପ୍ରେତ ଓ ବାସ୍ତୁ ଦୋଷ ଭଳି ସମସ୍ୟା ଦୂର ହେବ । ସେ କହିଛନ୍ତି, ଗୋମାତାଙ୍କ ଠାରୁ ଆମେ ୫ଟି ଜିନିଷ ପାଉଛେ । ଗାଈ କ୍ଷୀର, ଗାଈ ଦହି, ଗାଈ ଘିଅ, ଗାଈ ଗୋବର ଓ ଗାଈର ମୂତ୍ର । ଗାଈର ଗୋବରରେ ଲକ୍ଷ୍ମୀଙ୍କର ବାସ ହୋଇଥିବା ବେଳେ ଗୋମୂତ୍ରରେ ମାତା ଗଙ୍ଗାର ଉପସ୍ଥିତି ରହିଥାଏ । ତେଣୁ ଭୂତ-ପ୍ରେତ, ବାସ୍ତୁ ଦୋଷ ଥିଲେ ଗୋମୂତ୍ର ଛିଞ୍ଚିଲେ ସବୁ ସମସ୍ୟାର ସମାଧାନ ହୋଇଯାଇଥାଏ ।

Advertisment

ଏହାଛଡା ଗାଈର କ୍ଷୀର ସହ ଆଗକୁ ଗୋବର ଓ ମୂତ୍ର ବିକ୍ରି କରିବାର ବ୍ୟବସ୍ଥା କରିବୁ । ସେହିଭଳି ପ୍ରତି ପଞ୍ଚାୟତରେ ଗୋ-ଅଭୟାରଣ୍ୟ ନିର୍ମାଣ କରାଯିବ । ଏହାଦ୍ୱାରା ସମସ୍ତ ଗୋ-ଶାଳାରେ ବେସାହାର ପଶୁଙ୍କୁ ଆଶ୍ରୟ ଦିଆଯିବ । ଏହାକୁ କିଭଳି ବ୍ୟବସାୟୀକରଣ କରାଯାଇପାରିବ ସେନେଇ ଆଲୋଚନା ଜାରି ରହିଛି । ଏହାଛଡା ଗୋ-ପାଳନକୁ ପୋତ୍ସାହିତ କରିବାକୁ ଯାଇ ମନ୍ତ୍ରୀ କହିଛନ୍ତି, ଯେଉଁ ଗରିବ ବ୍ୟକ୍ତି ଗୋରୁ ରଖିବାକୁ ଚାହିଁବେ ସେମାନଙ୍କୁ ମାସିକ ୯୦୦ ଟଙ୍କା ଦିଆଯିବ ।