ଆଜି ଶୀତଳ ଷଷ୍ଠୀ, ବାହାଘର ପାଇଁ ସଜେଇ ହେଉଛନ୍ତି ହର-ପାର୍ବତୀ

158

କନକ ବ୍ୟୁରୋ: ସମ୍ବଲପୁରରେ ଜମୁଛି ଶୀତଳଷଷ୍ଠୀ ଯାତ୍ରା । ସାମାଜିକ ରୀତିନୀତି ଅନୁସାରେ ଗୋଟିଏ ପରେ ଗୋଟିଏ କାର୍ଯ୍ୟକ୍ରମ ସମ୍ପାଦନ ହେଉଛି । ଆଜି ହର-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ଝାଡୁଆପଡାର ଲୋକନାଥ ବାବା, ମୋଦିପଡାର ଜଳେଶ୍ୱର ବାବା,  ବଡବଡାରର ଶୀତଳେଶ୍ୱର ବାବା,  ଠାକୁରପଡାର ଗୁପ୍ତେଶ୍ୱର ବାବାଙ୍କ ସହିତ ଜଗତଜନନୀ ମା ପାର୍ବତୀଙ୍କ ବାହାଘର ହେବ । ଘଣ୍ଟ ଘଣ୍ଟା ଧ୍ୱନିରେ ସହର କମ୍ପୁଥିବା ବେଳେ ଦୁଲୁୁୁଦୁଲି ବାଜା ଓ ନାଚରେ କମ୍ପୁଛି ସବୁପଡା । ଆଜି ରାତିରେ ବାହାରିବ ବାବଙ୍କ ବାରାତି ଆଉ ତା’ପରେ କନ୍ୟାଘରେ ହେବ ବିବାହ କାର୍ଯ୍ୟକ୍ରମ । ଦେବ ବିବାହର ସେହି ଅପୂର୍ବ ମୁହୁର୍ତକୁ ଅପେକ୍ଷା କରିଛନ୍ତି ଭକ୍ତ ।