ଆଜି ସାରା ବିଶ୍ୱରେ ପାଳନ ହେଉଛି ଭାଲେଂଟାଇନସ ଡେ’ : ପ୍ରେମୀ ଯୁଗଳ ପରସ୍ପରଙ୍କ ପ୍ରତି ସ୍ନେହ ଓ ଭଲପାଇବା ପ୍ରକାଶର ଦିନ

Advertisment
ଆଜି ସାରା ବିଶ୍ୱରେ ପାଳନ ହେଉଛି ଭାଲେଂଟାଇନସ ଡେ’ : ପ୍ରେମୀ ଯୁଗଳ ପରସ୍ପରଙ୍କ ପ୍ରତି ସ୍ନେହ ଓ ଭଲପାଇବା ପ୍ରକାଶର ଦିନ

କନକ ବ୍ୟୁରୋ : ପ୍ରେମ ପାଇଁ ଦିନଟିଏ । ଆଜି ହେଉଛି ଭାଲେଂଟାଇନସ ଡେ’ । ସପ୍ତାହେ ଧରି ଭାଲେଂଟାଇନ୍ ଉତ୍ସବ ପାଳନ ପରେ ଆଜି ହେଉଛି ଶେଷ ଦିନ । ପ୍ରେମୀଯୁଗଳ ପରସ୍ପରଙ୍କ ପ୍ରତି ସ୍ନେହ ଓ ଭଲ ପାଇବାର ଦିନ । ପରସ୍ପରକୁ ଉପହାର ଦେଇ ଏହି ଦିବସ ପାଳନ କରିଥାନ୍ତି ପ୍ରେମୀଯୁଗଳ । ଏହି ଦିନକୁ ବେଶ୍ ଉତ୍ସୁକତାର ସହ ଅପେକ୍ଷା କରି ରହିଥାନ୍ତି ପ୍ରେମୀଯୁଗଳ । ଭାଲେଂଟାଇନ୍ ଡେ ପାଇଁ ଆଜି ବିଭିନ୍ନ ଯୋଜନା କରିଛନ୍ତି ପ୍ରେମୀଯୁଗଳ ।

ନିଜର ମନର ମଣିଷକୁ ଭେଟି ପ୍ରେମ ନିବେଦନ କରିବେ । ନିଜର ସାଥୀକୁ ନେଇ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଂଟ ଯିବେ । ଭାଲେଂଟାଇନ୍ ଡେ’ ପାଇଁ ବିଭିନ୍ନ ହୋଟେଲ ଓ ରେଷ୍ଟୁରାଂଟରେ ସ୍ୱତନ୍ତ୍ର ପ୍ରସ୍ତୁତି ମଧ୍ୟ କରାଯାଇଛି । ପ୍ରେମୀ ଯୁଗଳଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ ମଧ୍ୟ ପ୍ରସ୍ତୁତ କରିଛନ୍ତି ହୋଟେଲ କର୍ତୃପକ୍ଷ । ଏହା ସହ ସଂଧ୍ୟାରେ ବିଭିନ୍ନ ସପିଂ ମଲରେ ପ୍ରେମୀଯୁଗଳଙ୍କ ଭିଡ଼ ଜମିବ । ରୋମ୍ର ସନ୍ଥ ଭାଲେଂଟାଇନଙ୍କ ପାଇଁ ପ୍ରେମ ଦିବସ ପାଳନ କରାଯାଉଛି । ତାଙ୍କ ପାଇଁ ପ୍ରେମ ହିଁ ଜୀବନ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe