କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର । ସବୁ ରେକର୍ଡ ଭାଙ୍ଗିଲା ସୁସ୍ଥ ସଂଖ୍ୟା । ରାଜ୍ୟରେ ସୁସ୍ଥ ହେଲେ ୨,୧୨୯ କରୋନା ଆକ୍ରାନ୍ତ । ତେବେ ସୁସ୍ଥଙ୍କ ମଧ୍ୟରେ; ଖୋର୍ଦ୍ଧା ଜିଲ୍ଲାରୁ ୨୭୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ୨୬୫ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୭୮ଜଣ, କଟକ ଜିଲ୍ଲାରୁ ୧୭୨ଜଣ, କୋରାପୁଟ ଜିଲ୍ଲାରୁ ୧୫୩ଜଣ, ଭଦ୍ରକ ଜିଲ୍ଲାରୁ ୧୪୪ଜଣ, ନୟାଗଡ଼ ଜିଲ୍ଲାରୁ ୧୩୦ଜଣ, କନ୍ଧମାଳ ଜିଲ୍ଲାରୁ ୧୨୨ଜଣ, ବାଲେଶ୍ୱର ଜିଲ୍ଲାରୁ ୯୦ଜଣ, ପୁରୀ ଜିଲ୍ଲାରୁ ୮୪ଜଣ, ମାଲକାନଗିରି ଜିଲ୍ଲାରୁ ୮୦ଜଣ, ସମ୍ବଲପୁର ଜିଲ୍ଲାରୁ ୬୮ଜଣ, ରାୟଗଡ଼ା ଜିଲ୍ଲାରୁ ୬୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୬ଜଣ ଓ ଗଜପତି ଜିଲ୍ଲାରୁ ୫୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
Happy to share that we have achieved another high in the fight against #COVID19 with the discharge of a record 2129 Covid patients today.
The total recovered cases of Odisha now stand at 54405.
276 from Khurdha
265 from Ganjam
178 from Sundergarh
172 from Cuttack— H & FW Dept Odisha (@HFWOdisha) August 23, 2020
ସେହିପରି ଜଗତସିଂହପୁର ଜିଲ୍ଲାରୁ ୨୭ଜଣ, ଯାଜପୁର ଜିଲ୍ଲାରୁ ୨୪ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୨୩ଜଣ, କେନ୍ଦୁଝର ଜିଲ୍ଲାରୁ ୨୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୯ଜଣ, ଅନୁଗୁଳ ଜିଲ୍ଲାରୁ ୧୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୯ଜଣ, ବୌଦ୍ଧ ଜିଲ୍ଲାରୁ ୬ଜଣ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଆଜି ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ନୂଆ ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ଏଯାଏଁ ମୋଟ ୫୪ ହଜାର ୪୦୫ ଜଣ ସୁସ୍ଥ ହୋଇ ସାରିଲେଣି ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ।