ଆଜି ହେଉଛି ଗୋଲାପ ଦିବସ ! ହଳଦିଆ, କମଳା ,ଧଳା ରଙ୍ଗର ଗୋଲାପ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ ଲାଲ୍ ଗୋଲାପ

533

କନକ ବ୍ୟୁରୋ : ଭାଲେଣ୍ଟାଇନ୍ ଦିବସର ପ୍ରଥମ ପର୍ବ ଆଜିଠୁ ଆରମ୍ଭ ହୋଇଛି । ଆଜିର ଦିନଟିକୁ “ରୋଜ-ଡେ’ ଭାବରେ ସବୁ ପ୍ରେମିକ ପ୍ରେମିକା ପାଳନ କରିଥାନ୍ତି । ଆଜିଠାରୁ ଆରମ୍ଭ ହୋଇ ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ଦିବସ ଗୁଡିକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । କିନ୍ତୁ ଆଉ ଗୋଟିଏ କଥା ଉପରେବି ଧ୍ୟାନ ଦେବା ଉଚିତ୍ ଯେ,ଏହିଦିନ କେବଳ ଆପଣ ଆପଣଙ୍କର ପୁରୁଷବନ୍ଧୁ କିମ୍ବା ମହିଳାବବନ୍ଧୁଙ୍କୁ ଗୋଲାପ ଦେଇପାରିବେ ତା’ନୁହଁ, କାରଣ ଗୋଲାପ ଫୁଲକୁ ସମସ୍ତେ କିଛି କିଛି ଖାସ୍ ଦିନରେ ବ୍ୟବହାର କରିଥାନ୍ତି । ଗୋଲାପ ଫୁଲର ସମସ୍ତ ରଙ୍ଗର କିଛି ଅଲଗା ମହତ୍ୱ ରହିଛି । ଆସନ୍ତୁ ଜାଣିବା ଗୋଲାପ ଫୁଲର ପ୍ରତ୍ୟେକ ରଙ୍ଗର କି ମହତ୍ୱ ରହିଛି ।

ଲାଲ ଗୋଲାପ –

ଲାଲ ରଙ୍ଗର ଗୋଲାପ ତ ସମସ୍ତଙ୍କ ପ୍ରିୟ । ପ୍ରେମର ପ୍ରତୀକ ହେଉଛି ଲାଲ୍ ଗୋଲାପ । ପ୍ରେମ ଦିବସ ଅବସରରେ ଯାହାର ଚାହିଦା ଏବଂ ଆବଶ୍ୟକତା ଅନ୍ୟ ରଙ୍ଗର ଫୁଲ ଠାରୁ ଅଧିକ ହୋଇଥାଏ ।

ଗୋଲାପୀ ରଙ୍ଗର ଗୋଲାପ –

ନିଜର ଖୁସି ସହ ନିଜ ସାଥି ପ୍ରତି ଥିବା ଭଲ ପାଇବା, କୃତଜ୍ଞ ଭାବନା ଓ ତାଙ୍କ ମହତ୍ତ୍ୱ ପାଇଁ ଗୋଲାପୀ ରଙ୍ଗର ଗୋଲାପ ଦିଆଯାଇଥାଏ।

ହଳଦିଆ ଗୋଲାପ –

ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ । କୈାଣସି’ବି ଯାଗାରେ ଆମେ ଯଦି ବନ୍ଧୁତ୍ୱର ସମ୍ପର୍କକୁ ଆରମ୍ଭ କରିବାକୁ ଚାହିଁବା, ତେବେ ଆମେ ହଳଦିଆ ଗୋଲାପ ଦେଇ ଏଇ ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜବୁତ କରିପାରିବା । ରୋଗରେ ପଡିଥିବା ଲୋକର ଆରୋଗ୍ୟ କାମନା କରିବା ପାଇଁ ମଧ୍ୟ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଆଯାଇଥାଏ ।

ଧଳା ଗୋଲାପ –

ଧଳା ରଙ୍ଗର ଗୋଲାପକୁ କୌଣସି ସମ୍ପର୍କର ଆରମ୍ଭ ବୋଲି ବିଚାର କରାଯାଇଥାଏ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ । ଏହାବ୍ୟତିତ ଆମେ ଯଦି କାହା ବିଷୟରେ ଭାବୁଥିବା ତାଙ୍କୁ ମଧ୍ୟ ଧଳା ଗୋଲାପ ଦେଇପାରିବା ।