କନକ ବ୍ୟୁରୋ : ଭାଲେଣ୍ଟାଇନ୍‌ସ ଡେ ବା ପ୍ରେମ ଦିବସ ପାଳନ ଏକ ପାଶ୍ଚାତ୍ୟ ସଂସ୍କୃତି ହୋଇଥିଲେ ବି ଆମ ଦେଶରେ ବେଶ୍‌ କିଛି ବର୍ଷ ହେବ ତାହା ଖୁବ୍‌ ପ୍ରଭାବ ଜମାଇଛି । ପ୍ରେମୀମାନେ ଏହି ଦିନକୁ ବଡ଼ ଧୁମ୍‌ଧାମର ସହ ପାଳନ କରିଥାନ୍ତି । ତେବେ, ମଜା କଥାଟି ହେଉଛି ପ୍ରେମ ଦିବସ ସିନା ଗୋଟାଏ ଦିନ ତାହା ପୂର୍ବରୁ ଆହୁରି ୬ଟି ଦିନକୁ ପ୍ରେମୀ ପାଳନ କରିଥାନ୍ତି । ପୂରା ୭ ଦିନ ଧରି ଏହି ପ୍ରେମ ସପ୍ତାହ ପାଳନ କରାଯାଏ ।

Advertisment

ଆଜିଠାରୁ ଆରମ୍ଭ ହୋଇ ସପ୍ତାହ ବ୍ୟାପି ଚାଲିବାକୁ ଥିବା ଏହି ଦିବସ ଗୁଡିକୁ ସମସ୍ତେ ସ୍ମରଣୀୟ କରିବାକୁ ଚାହିଁଥାନ୍ତି । କିନ୍ତୁ ଆଉ ଗୋଟିଏ କଥା ଉପରେବି ଧ୍ୟାନ ଦେବା ଉଚିତ୍ ଯେ,ଏହିଦିନ କେବଳ ଆପଣ ଆପଣଙ୍କର ପୁରୁଷବନ୍ଧୁ କିମ୍ବା ମହିଳାବବନ୍ଧୁଙ୍କୁ ଗୋଲାପ ଦେଇପାରିବେ ତା’ନୁହଁ, କାରଣ ଗୋଲାପ ଫୁଲକୁ ସମସ୍ତେ କିଛି କିଛି ଖାସ୍ ଦିନରେ ବ୍ୟବହାର କରିଥାନ୍ତି । ଗୋଲାପ ଫୁଲର ସମସ୍ତ ରଙ୍ଗର କିଛି ଅଲଗା ମହତ୍ୱ ରହିଛି । ଆସନ୍ତୁ ଜାଣିବା ଗୋଲାପ ଫୁଲର ପ୍ରତ୍ୟେକ ରଙ୍ଗର କି ମହତ୍ୱ ରହିଛି ।

publive-image

ଲାଲ ଗୋଲାପ –

ଲାଲ ରଙ୍ଗର ଗୋଲାପ ତ ସମସ୍ତଙ୍କ ପ୍ରିୟ । ପ୍ରେମର ପ୍ରତୀକ ହେଉଛି ଲାଲ୍ ଗୋଲାପ । ପ୍ରେମ ଦିବସ ଅବସରରେ ଯାହାର ଚାହିଦା ଏବଂ ଆବଶ୍ୟକତା ଅନ୍ୟ ରଙ୍ଗର ଫୁଲ ଠାରୁ ଅଧିକ ହୋଇଥାଏ ।

publive-image

publive-image

ହଳଦିଆ ଗୋଲାପ –

ହଳଦିଆ ରଙ୍ଗର ଗୋଲାପ ଫୁଲକୁ ବନ୍ଧୁତ୍ୱର ପ୍ରତୀକ ଭାବରେ ବ୍ୟବହାର କରାଯାଏ । କୈାଣସି’ବି ଯାଗାରେ ଆମେ ଯଦି ବନ୍ଧୁତ୍ୱର ସମ୍ପର୍କକୁ ଆରମ୍ଭ କରିବାକୁ ଚାହିଁବା, ତେବେ ଆମେ ହଳଦିଆ ଗୋଲାପ ଦେଇ ଏଇ ସମ୍ପର୍କକୁ ଆରମ୍ଭ କରିବା ପୂର୍ବରୁ ମଜବୁତ କରିପାରିବା । ରୋଗରେ ପଡିଥିବା ଲୋକର ଆରୋଗ୍ୟ କାମନା କରିବା ପାଇଁ ମଧ୍ୟ ହଳଦିଆ ରଙ୍ଗର ଗୋଲାପ ଫୁଲ ଦିଆଯାଇଥାଏ ।

publive-image

ଧଳା ଗୋଲାପ –

ଧଳା ରଙ୍ଗର ଗୋଲାପକୁ କୌଣସି ସମ୍ପର୍କର ଆରମ୍ଭ ବୋଲି ବିଚାର କରାଯାଇଥାଏ । ସରଳତା ଓ ଶୁଦ୍ଧତାର ପ୍ରତୀକ ଭାବରେ ଧଳା ଗୋଲାପକୁ ବ୍ୟବହାର କରାଯାଏ । ଏହାବ୍ୟତିତ ଆମେ ଯଦି କାହା ବିଷୟରେ ଭାବୁଥିବା ତାଙ୍କୁ ମଧ୍ୟ ଧଳା ଗୋଲାପ ଦେଇପାରିବା ।

କେଉଁ ଦିନ କି ଦିବସ ଭାବେ ପାଳନ କରାଯାଏ ? 

ଫେବ୍ରୁଆରି ୭ : ରୋଜ୍‌ ଡେ
ଫେବ୍ରୁଆରି ୮: ପ୍ରପୋଜ୍‌ ଡେ
ଫେବ୍ରୁଆରି ୯: ଚକୋଲେଟ୍‌ ଡେ
ଫେବ୍ରୁଆରି ୧୦ : ଟେଡ୍ଡି ଡେ
ଫେବ୍ରୁଆରି ୧୧ : ପ୍ରମିଜ୍‌ ଡେ
ଫେବ୍ରୁଆରି ୧୨ : ହଗ୍‌ ଡେ
ଫେବ୍ରୁଆରି ୧୩ : କିସ୍‌ ଡେ
ଫେବ୍ରୁଆରି ୧୪ : ଭାଲେଣ୍ଟାଇନ୍‌ସ ଡେ