ଆଜି ମହା ବିଷୁବ ସଂକ୍ରାନ୍ତି ତଥା ଓଡିଆ ନବବର୍ଷ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି । କରୋନା କଟକଣା ପାଇଁ ଜମିବନି ପଣା, ଫିକା ପଡିବ ବିଷୁବ ମିଳନ

536

କନକ ବ୍ୟୁରୋ: ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନୂଆବର୍ଷ । ନୂଆବର୍ଷରେ ଓଡିଆ ପାଞ୍ଜିର ପ୍ରଚଳନ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଇଛି । ମହାବିଷୁବ ସଂକ୍ରାନ୍ତିଙ୍କୁ ରାଜ୍ୟରେ ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଇଛି । ତେଣୁ ଓଡିଆ ପଞ୍ଜିକାର ଗଣନା ଅନୁସାରେ ଏହା ବର୍ଷର ପ୍ରଥମ ଦିନ । ଆଜି ପଣା ସଂକ୍ରାନ୍ତି ବା ଜଳ ସଂକ୍ରାନ୍ତିରେ ପଣା ପାନ କରାଯାଏ । ଏହି ଦିନ ବିଭିନ୍ନ ଦେବା-ଦେବୀ ମନ୍ଦିରରେ ଛତୁଆ ଓ ପଣାଭୋଗ ବିଧି ପ୍ରଚଳିତ ।

ମହାବିଷୁବ ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ରାଶି ଚକ୍ରର ପ୍ରଥମ ରାଶି ମେଷରେ ଅବସ୍ଥାନ କରୁଥିବାରୁ ଏହା ମେଷ ସଂକ୍ରାନ୍ତି । ଏହି ଦିନ ସୂର୍ଯ୍ୟ ପୃଥିବୀର ଉତର ଗୋଲାର୍ଧ ଓ ଦକ୍ଷିଣ ଗୋଲାର୍ଧ ମଧ୍ୟସ୍ଥିତ ବିଷୁବ ବୃତ୍ତ ବା ବିଷୁବକ୍ରାନ୍ତି ଉପରେ ଅବସ୍ଥାନ କରୁଥିବାରୁ ଏହା ବିଷୁବ ସଂକ୍ରାନ୍ତି । କୁହାଯାଏ, ସୂର୍ଯ୍ୟଙ୍କର ଏହି ଉତରାୟଣ ଗତି ଦେବତାଙ୍କ ଦିନ । ତେଣୁ ଏହି ଦିନ ନୂଆ ପାଞ୍ଜି ପ୍ରଚଳନ ହେବାର ବିଧି ରହିଛି ।ତେବେ କରୋନା କଟକଣା ଯୋଗୁଁ ଏ ବର୍ଷ ପଣା ସଂକ୍ରାନ୍ତି ପାଳନ ହୋଇପାରିବ ନାହିଁ । କେବଳ ନଆ ପାଞ୍ଜି ପ୍ରଚଳନ ହେବ ।