ସୀମାରେ ନବବର୍ଷ ସେଲିବ୍ରେସନ୍ : ନାଚିଗାଇ ନୂଆବର୍ଷକୁ ସ୍ୱାଗତ କଲେ ଆଇଟିବିପି ଓ ସିଆରପିଏଫର ଯବାନ

166

ବହୁ ଧୁମଧାମରେ ନୂଆବର୍ଷକୁ ପାଳନ କରୁଛନ୍ତି ଦେଶବାସୀ । ଏହି ଅବସରରେ ଯବାନମାନଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୀତର ତାଳେ ତାଳେ ଝୁମୁଛନ୍ତି ଯବାନ । ଯବାନମାନଙ୍କ ମଧ୍ୟରେ ନୂଆବର୍ଷର ଜୋଶ୍ ଦେଖିବାକୁ ମିଳୁଛି ।

ସୂଚନାନୁସାରେ, ଇଣ୍ଡୋ-ତିବ୍ୱତ ସୀମା ପୋଲିସ (ଆଇଟିବିପି) ଓ କେନ୍ଦ୍ରିୟ ରିଜର୍ଭ ପୋଲିସ (ସିଆରପିଏଫ)ର ଯବାନମାନେ ଗୀତନାଚର ତାଳେ ତାଳେ ନୂଆବର୍ଷକୁ ସ୍ୱାଗତ ଜଣାଇଛନ୍ତି । ଦୁଇ ସେନାର ଯବାନମାନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଆଇଟିବିପିର ଯବାନମାନେ ଉତ୍ତରାଖଣ୍ଡର ଓଲିରେ ଏବଂ ସିଆରପିଏଫର ଯବାନମାନେ ଛତିଶଗଡର ରାୟପୁରରେ ନୂଆବର୍ଷ ନାଚଗୀତ ସହିତ ନୂଆବର୍ଷ ପାଳନ କରିଛନ୍ତି ।