ଆଜିଠୁ ମାଆଙ୍କ ନବରାତ୍ର ପୂଜା : ଶକ୍ତିପୀଠରେ ଆରମ୍ଭ ହେଲା ସ୍ୱତନ୍ତ୍ର ପୂଜାର୍ଚ୍ଚନା; ବିଭିନ୍ନ ବେଶରେ ଦର୍ଶନ ଦେବେ ମହାମାୟୀ

151

କନକ ବ୍ୟୁରୋ : ଆଜିଠୁ ମାଆଙ୍କ ନବରାତ୍ରୀ ପୂଜା । ଚଳଚଞ୍ଚଳ ସମସ୍ତ ଦେବୀ ପୀଠ । ସମ୍ପୂର୍ଣ୍ଣ ରୀତିନୀତିର ସହ ମାଆଙ୍କର ଷୋଡଶ ଉପଚାରରେ ପୂଜା କରାଯାଉଥିବା ବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି ମାଆ । ଦେଶର ବିଭିନ୍ନ ଶକ୍ତିପୀଠରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଜମ୍ମୁର ପ୍ରସିଦ୍ଧ ମାଆ ବୈଷ୍ଣୋ ଦେବୀଙ୍କ ଶକ୍ତିପୀଠରେ ଭିଡ଼ ଜମାଇଛନ୍ତି ଶ୍ରଦ୍ଧାଳୁ । ଅନ୍ୟ ପୀଠ ଭଳି ମାଆ କଟକ ଚଣ୍ଡୀଙ୍କ ପୀଠରେ ମାଆଙ୍କର ବିଭିନ୍ନ ବେଶ କରାଯାଉଛି । ଆଜି ନାରାୟଣୀ ବେଶରେ ଦର୍ଶନ ଦେଉଛନ୍ତି ମାଆ ।