ଆଜି ଗଣେଷ ପଜା : ଗାଁଠୁ ସହର ସବୁଠି ବିରାଜିବେ ବିଘ୍ନରାଜ; ପୂଜା ପାଇଁ ଚଳଚଞ୍ଚଳ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ

106

କନକ ବ୍ୟୁରୋ :ରାଜ୍ୟର ବିଭିନ୍ନ ପୂଜାମଣ୍ଡପରେ ବିରାଜିଛନ୍ତି ପ୍ରଭୁ ଗଜାନନ । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ପ୍ରଭୁଙ୍କ ଆଗମନକୁ ନେଇ ସବୁଆଡେ ବ୍ୟାପକ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ପୂଜାମଣ୍ଡପ ଗୁଡିକ ଆକର୍ଷଣୀୟ ଢଙ୍ଗରେ ହୋଇଛି ସଜା । ସକାଳୁ ସକାଳୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଯାଇଛି ପ୍ରଭୁ ଗଜାନନଙ୍କ ପୂଜା । ସ୍କୁଲ, କଲେଜ ସାଙ୍ଗକୁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂଜା କରାଯାଉଥିବା ବେଳେ ବିଭିନ୍ନ ପୂଜାମଣ୍ଡପ ପ୍ରଭୁଙ୍କ ଆବାହନକୁ ଏବେ ଅପେକ୍ଷାରତ । ଆଉ କିଛି ସମୟ ପରେ ହୋମଯଜ୍ଞରେ ପ୍ରକମ୍ପତି ହେବ ପୂରା ପରିବେଶ ।

ସବୁଠି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଏବଂ ଲୋକକଳା ପ୍ରଦର୍ଶନ ଶ୍ରଦ୍ଧାଳୁ ତଥା ପୂଜା ଦର୍ଶକଙ୍କୁ ଆକର୍ଷିତ କରିବ । ନାମୀଦାମୀ କଣ୍ଠଶିଳ୍ପୀମାନଙ୍କୁ ନେଇ ମେଲୋଡି ବେଶ୍‌ ଜମିବ । ବିଧି ଓ ପରମ୍ପରା ଅନୁସାରେ ଶ୍ରୀଲିଙ୍ଗରାଜ ମନ୍ଦିରରେ ଗଜପତି ମହାରାଜାଙ୍କ ରାଜଗୁରୁ ସିଦ୍ଧି ବିନାୟକଙ୍କ ପୂଜା କରିବେ । ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରତି ବର୍ଷ ପରି ଏବର୍ଷ ଜମେଶ୍ୱର ପାଟଣାସାହିରେ ବୁଢ଼ା ଗଣେଶ ପୂଜା ପାଇବେ। ଏଠାରେ ଚଳିତ ବର୍ଷ ପୂଜା ପାଖରେ ପଲିଥିନ୍‌ ବ୍ୟବହାର କରାଯିବ ନାହିଁ । ୧୪ ଫୁଟ୍‌ ଉଚ୍ଚର ବୁଢ଼ା ଗଣେଶ ମୂର୍ତ୍ତି ପୂଜା କମିଟି ପକ୍ଷରୁ ନିଜ ହାତ ତିଆରି ମେଢ଼ରେ ଶୋଭାପାଇବେ । ଏଥର କୋଲକାତାର ଯୁବତୀ ଡ୍ୟାନ୍‌ସ ଗ୍ରୁପ୍‌ ନୃତ୍ୟ ପରିବେଷଣ କରିବେ।

ସେହିଭଳି ବିଶାଖାପାଟଣାର ବେଶ ନୃ୍ୟି, ବରଗଡ଼ ଜୁନାଗଡ଼ର ଲୋକନୃତ୍ୟ, ଡିଜେ, ସମ୍ବଲପୁରୀ ବାଦ୍ୟ ସହ ବାଘ ନୃତ୍ୟ ପରିବେଷଣ କରାଯିବ । ହାଟସାହି, ବ୍ରାହ୍ମଣସାହି, ବଣିଆସାହି, କୁଞ୍ଜ ପାଟଣାସାହି, ବାରିକସାହି, ରାମେଶ୍ବର ପାଟଣା, ଦର୍ଜିସାହି, ପୂଜାପଣ୍ଡାସାହି, କୈବର୍ତସାହି, ଖରାଖିଆ ବୈଦନାଥସାହି, ଜାଗେଶ୍ବରୀ କ୍ଲବ, ପୂର୍ଣ୍ଣିମାଗେଟ୍‌ ଛକ, କଞ୍ଚସାହି, ତଳ ବଜାର ବ୍ୟବସାୟୀ ସଂଘ ପକ୍ଷରୁ ଗଣେଶ ପୂଜା ପାଇଁ ପ୍ରସ୍ତୁତି ଚାଲିଛି । ସେହିଭଳି ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଥିବା ସିଦ୍ଧି ବିନାୟକଙ୍କୁ ଗଜପତି ମହାରାଜାଙ୍କ ରାଜଗୁରୁ ପୂଜା କରିବେ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ରାଜଗୁରୁଙ୍କୁ ଚିଠି କରାଯାଇଛି । ରାଜାଙ୍କ ପକ୍ଷରୁ ରାଜଗୁରୁ କର୍ତ୍ତା ହୋଇ ଏହି କାର୍ଯ୍ୟ ତୁଲାଇବେ ।