କନକ ବ୍ୟୁରୋ: ଧରାପୃଷ୍ଠରେ ଅବତରଣ କରିଛନ୍ତି ମହିସାମର୍ଦ୍ଦିନୀ । ମହାବେଦୀରେ ମହାମାୟାଙ୍କ ପୂଜା କରାଯାଇଛି । ପୀଠରେ ଦଶମୀ ପୂଜା ସମ୍ପନ୍ନ ହୋଇଥିବା ବେଳେ ମଣ୍ଡପରେ ଆଜି ମୃଣମୟୀ ମୂର୍ତୀଙ୍କ ହେବ ମହାଦଶମୀ ନୀତି ଅନୁଷ୍ଠିତ ହେବ । ତେବେ କରୋନା କଟକଣା ପାଇଁ ଫିକା ପଡିଛି ଚଳିତ ବର୍ଷର ଦୁର୍ଗାପୂଜା । ବିନା ଭକ୍ତରେ ପରଦା ପଛରେ ସଂପନ୍ନ ହେଉଛି ପୂଜା ନୀତି । ମଣ୍ଡପରେ ମାତ୍ର ୭ ଜଣ ରହିବା ବ୍ୟବସ୍ଥା ରହିଥିବାରୁ ଆୟୋଜନକ କମିଟିର ସମସ୍ତ ସଦସ୍ୟ ମଧ୍ୟ ମଣ୍ଡପ ପାଖରେ ରହି ପାରୁ ନାହାନ୍ତି । ଅନ୍ୟପଟେ କେତେକ ସ୍ଥାନରେ ଅନ୍ଲାଇନ୍ ମାଆଙ୍କ ଦର୍ଶନ ବ୍ୟବସ୍ଥା କରାଯାଇଛି । ତେବେ ମଣ୍ଡପରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନାରୁ ବଂଚିତ ହେଉଛନ୍ତି ଶ୍ରଦ୍ଧାଳୁ । ଫଳରେ କିଛି ଭକ୍ତ ନିରାଶ ହୋଇ କାନ୍ଦି ପକାଇବାର ଚିତ୍ର ଦେଖିବାକୁ ମିଳିଥିଲା ।

Advertisment

ସେପଟେ ସୂଦୁର ବାହାରିନରେ ମଧ୍ୟ ମାଙ୍କ ଆରାଧନା କରାଯାଇଛି । କରୋନା କଟକଣା ମଧ୍ୟରେ ମାଙ୍କ ପୂଜା କରାଯାଇଛି । ଏଠାରେ ପ୍ରତିବର୍ଷ ପ୍ରବାସୀ ଭାରତୀୟମାନଙ୍କ ଦ୍ୱାରା ରୀତନିିତି ପୂଜା ଅନୁଷ୍ଠିତ ହୋଇଥାଏ । ଆଉ ଚଳିତବର୍ଷ କଟକଣା ଯୋଗୁଁ ଅତିନିରଡାମ୍ବର ଭାବେ ଦଶହରା ପୂଜା କରାଯାଇଛି ।

ଦଶହରାରରେ ଭୁବନେଶ୍ୱର ମାର୍କେଟ ବିଲିଡିଂରେ ଗତକାଲି ଅସମ୍ଭାଳ ଭିଡ ଦେଖିବାକୁ ମିଳିଛି । ଲୋକେ କରୋନା କଟକଣା ମାନୁ ନଥିବାରୁ କମିସନରେଟ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି । କ୍ୟାପିଟାଲ ଥାନାର ଅଧିକାରୀ ମାନସ ଗଡନାୟକ ଓ ସୁରକ୍ଷାକର୍ମୀ ସାମିଲ ହୋଇ ବଜାରରେ ବୁଲି ଲୋକଙ୍କୁ କୋଭିଡ କଟକଣା ମାନିବାକୁ ସଚେତନ କରାଇଛନ୍ତି । ମାର୍କେଟ ବିଲଡିଂରେ ମାଳ ମାଳ ପୁଲିସ ବୁଲି ଲୋକଙ୍କ କରୋନା ଗାଇଡଲାଇନ ପାଳନ କରିବାକୁ ବୁଝାଇଛନ୍ତି । ଏହାଛଡା ଯିଏ କରୋନା କଟକଣାକୁ ଉଲ୍ଲଂଘନ କରୁଛନ୍ତି, ସେହି ଦୋକାନୀ ଓ ଗ୍ରାହକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି । ପୂର୍ବରୁ ନିୟମ ଉଲ୍ଲଂଘନ ପାଇଁ କିଛି ଦୋକାନୀଙ୍କୁ ଜରିମାନା ଆଦାୟ କରାଯାଇଥିବା ବେଳେ କାଲି ୫ ଜଣ ଦୋକାନୀଙ୍କ ଠାରୁ ଜରିମାନା ଆଦାୟ କରିଛି କମିସନରେଟ ପୁଲିସ ।